Report Card Odisha

| Daily Odia News

୨୮ରୁ ଟିକା ପାଇଁ ପଞ୍ଜିକରଣ ଆରମ୍ଭ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୧୮ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କ ଟିକା ଦେବା ପାଇଁ ଏପ୍ରିଲ ୨୮ତାରିଖରୁ ପଞ୍ଜିକରଣ ଆରମ୍ଭ ହେଉଛି | ଯୋଗ୍ୟ ବ୍ୟକ୍ତିମାନେ କୋ-ୱିନ ପୋଟାଲ cowin.gov.in.ରେ ପଞ୍ଜୀକରଣ କରିପାରିବେ । ମେ ମାସ ଆରମ୍ଭରୁ ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ କୋଭିଡ୍‍ ଟିକାକରଣ ଆରମ୍ଭ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ୧୮ବର୍ଷ ବୟସରୁ ଅଧିକ ବୟସର ନାଗରିକମାନଙ୍କ ପଞ୍ଜୀକରଣ ପାଇଁ ଆସନ୍ତା ୨୪ତାରିଖ ସୁଦ୍ଧା କୋ-ୱିନ ପୋଟାଲ ପ୍ରସ୍ତୁତ ହୋଇଯିବ । ଏହି ପର୍ଯ୍ୟାୟରେ ପୂର୍ବଭଳି ଟିକାକରଣ କେନ୍ଦ୍ରଗୁଡିକରେ ସ୍ୱାସ୍ଥ୍ୟସେବା କର୍ମଚାରୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ୪୫ବର୍ଷ ବୟସରୁ ଅଧିକ ବୟସ ନାଗରିକମାନଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ । ଟିକା ନିର୍ମାତାମାନେ ସେମାନଙ୍କର ମାସିକ ଉତ୍ପାଦନର ୫୦ପ୍ରତିଶତ କେନ୍ଦ୍ର ସରକାରଙ୍କୁ ଯୋଗାଇ ଦେବା ସହିତ ଅବଶିଷ୍ଟ୫୦ଭାଗ ରାଜ୍ୟ ସରକାର ଏବଂ ଖୋଲା ବଜାରକୁ ପଠାଇବେ ।

Breaking News