ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା କାଲିଠାରୁ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେଉଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଅଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ସରକାରଙ୍କ ତରଫରୁ ଚିଠି ପଠାଯାଇଛି । ମେ’ ୩୧ ତାରିଖ ସୁଦ୍ଧା ପ୍ରଥମରୁ ଦଶମ ଯାଏଁ ନାମ ଲେଖା ସାରିବା ପାଇଁ ନିର୍ଦ୍ଦେଶ ରହିଛି । ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ ଟା ୩୦ ଯାଏ ହେବ ନାମଲେଖା । ସମାନ ସ୍କୁଲର ପିଲାଙ୍କ ପାଇଁ ସ୍ୱୟଂକ୍ରିୟ ଭାବେ ନାମଲେଖା ହେବ । ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖା ଯିବ । ପ୍ରଥମରୁ ନବମ ଯାଏ ପିଲାମାନଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଛି । ତେଣୁ କୌଣସି ଛାତ୍ରଛାତ୍ରୀ କିମ୍ବା ତାଙ୍କ ଅଭିଭାବକଙ୍କୁ ସ୍କୁଲକୁ ନାମଲେଖା ପାଇଁ ଡକାଯିବ ନାହିଁ । ସ୍କୁଲ ବଦଳିଲେ ଟେଲିଫୋନରେ ଅନୁମତି ନେଇ ନାମ ଲେଖା ହେବ । ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲରେ ପାଠ ପଢି ପାରିବେ ଛାତ୍ରଛାତ୍ରୀ । ପ୍ରତ୍ୟେକ ଦିନ ୫ରୁ ଅଧିକ ଅଭିଭାବକଙ୍କୁ ସ୍କୁଲକୁ ଡକାଯିବ ନାହିଁ ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଦୁର୍ଗାପୂଜାରେ ଲେଜର ଲାଇଟ ଓ ଫାୟାର ଗନ ମନା….
ନିର୍ମାଣ ହେବ ୧୧ ଏମଏସଏମଇ ପାର୍କ…..