Report Card Odisha

| Daily Odia News

ସତର୍କ ରୁହ ,ଆଗକୁ ପ୍ରତିଦିନ ୫ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବେ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ୁ ଥିବା ବେଳେ ଅନ୍ୟ ପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ଚାଲିଛି | ସଂକ୍ରମଣ ସ୍ଥିତି ଏତେ ଜଟିଳ ହୋଇଛି ଯେ ଅକ୍ସିଜେନ୍ ଓ ଔଷଧ ଅଭାବ ଦେଖା ଦଇଛି। ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପ୍ରାଣ ମୁର୍ଚ୍ଛା ଉଦ୍ୟମ ଜାରିରଖିଛନ୍ତି ସରକାର | ଏବେ ପ୍ରତି ଦିନ ୩ ଲକ୍ଷ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ ହେଉଛନ୍ତି । ତେବେ ଏବେ କରୋନାର ଟ୍ରେଲର ଚାଲିଛି। ପୂରା ଫିଲ୍ମ ବାକି ରହିଛି ବୋଲି ନୀତି ଆୟୋଗ ସଦସ୍ୟ ଭି.କେ. ପଲ୍‌ ସୂଚନା ଦେଇଛନ୍ତି। ଏପ୍ରିଲ୍‌ ଶେଷ ସୁଦ୍ଧା ଦେଶରେ ପ୍ରତିଦିନ ୫ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବେ। ପରବର୍ତ୍ତୀ ସମୟରେ ମେ’ ମଧ୍ୟଭାଗରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ଏହି ସମୟରେ ପ୍ରତିଦିନ ୬ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଭାରତ ପ୍ରତିଦିନ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗୁଥିବା ସେ କହିଛନ୍ତି। ଏଭଳି ଧାରା ଜାରି ରହିଲେ ସ୍ଥିତି ଅଧିକ ସଙ୍କଟ ଜନକ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Breaking News