ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ୧୯ ତାରିଖରେ ସଂସଦର ମୌସମୀ ଅଧିବେଶନ ଆରମ୍ଭ ହୋଥିଲା | ଆଜିକୁ ୧୦ ଦିନ ହୋଇଥିଲେ ହେଁ ଗୋଟିଏ ବି ଗୃହ ଭଲରେ ଚାଲିପାରିନାହିଁ | ଲୋକସଭାରେ ବିରୋଧୀ ଦଳ ପେଗାସସ୍ ଓ କୃଷ୍ଟି ବିଲ୍କୁ ପ୍ରସଙ୍ଗକୁ ନେଇ ବୁଧବାର ହଟ୍ଟଗୋଳ ହୋଇଥିଲା । ଏପରିକି କେତେକ କଂଗ୍ରେସ ଏମପି ଗୃହରେ କାଗଜ ଚିରି ଫିଙ୍ଗିଥିଲେ। ଗୃହରେ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ସରକାର ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଧାରା ୩୭୪(୨) ଅନୁଯାୟୀ ଏହି ଏମପି ମାନଙ୍କୁ ଆବଶ୍ୟକ ପଡିଲେ ନିଲମ୍ବିତ କରାଯାଇପାରେ । କଂଗ୍ରେସର ମାଣିକ ଟାଗୋ. ଡିନ କୁରିଆକେଗେସ, ହିବି ଇଡନ, ଏ.ଜ୍ୟୋମାନି, ରବନିତ ବିଟୁ, ଗୁରୁଜିତ ଔଜାଲା, ଟିଏନ ପ୍ରତାପନ, ଭି,ବୈଥଲିଙ୍ଗମ, ସପ୍ତଗିରି ଶଙ୍କର, ଏଏମ ଆରିଫ, ଦୀପକ ବୈଜଙ୍କ ମୁଣ୍ଡ ଉପରେ ଏବେ ନିଲମ୍ବନ ହେବାନେଇ ଜଣାପଡୁଛି । ପେଗାସସ ଏବଂ କୃଷି ପ୍ରସଙ୍ଗ ନେଇ ଏମାନେ ସଂସଦରେ କାର୍ଯ୍ୟ କରାଇ ଦେଇ ନ ଥିଲେ ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..