ରିପୋର୍ଟ କାର୍ଡ / ଭୁବନେଶ୍ୱର
ହୋଲି ପାଇଁ ଗାଇଡ୍ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ। ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସ୍ମିଟ୍ କରି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ଉପରେ ମଧ୍ୟ କଟକଣା ଲଗାଇଛି ପୋଲିସ। ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ମଦୁଆଙ୍କୁ ପିସିଆର ଉଠାଇ ନେବ। ଏଥିସହିତ କେମିକାଲ ରଙ୍ଗରେ ହୋଲି ନ ଖେଳି କେବଳ ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ଅନୁମତି ଦେଇଛି କମିଶନରେଟ୍ ପୋଲିସ।





More Stories
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
ଫାଇଲ୍ ରିସିଭ୍ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି…..
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..