ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାରେ ସାମ୍ବାଦିକଙ୍କୁ ମେବାଇଲ ଫୋନ୍ ମନା କଟକଣା ପ୍ରତ୍ୟାହୃତ ହୋଇଛି। ବିଧାନସଭା ପ୍ରେସ୍ ଗ୍ୟାଲେରୀ ଭିତରକୁ ସାମ୍ୱାଦିକ ମୋବାଇଲ ଫୋନ୍ ନେଇ ପାରିବେନି ବୋଲି ବୁଧବାର ବାଚସ୍ପତି ସୁରମା ପାଢୀ ଆଦେଶ ଜାରି କରିଥିଲେ। ଏହାକୁ ନେଇ ବିଧାନସଭା ପରିସରରେ ସାମ୍ୱାଦିକମାନେ ପ୍ରତିବାଦ କରିଥିଲେ। ଫଳରେ ଏହି ଆଦେଶଟିକୁ ଏବେ ପ୍ରତ୍ୟାହାର କରାଯାଇଛି। ଏନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ସହ ଆଲୋଚନା ପରେ ଏହା ପ୍ରତ୍ୟାହାର କରାଯାଇଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଏହାପରେ ସମ୍ବାଦିକମାନେ ଧାରଣାରୁ ଓହରିଛନ୍ତି। ମାତ୍ର ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡ଼ିଂ କରାଯାଇ ପାରିବ ନାହିଁ ବୋଲି ଆଦେଶ ଜାରି କରାଯାଇଛି। ଘଟଣାକୁ ନେଇ ବୁଧବାର ବିଧାନସଭା ପରିସରରେ ଏକ ଅପ୍ରୀତିକର ପରିସ୍ଥିତ ଉପୁଜିଥିଲା। ମଙ୍ଗଳବାର ଗୃହରେ ଧସ୍ତାଧସ୍ତି ଘଟଣା ପରେ ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ ଫୋନ ମନା କରିଦିଆଯାଇଥିଲା। ସାମ୍ବାଦିକମାନେ ଗ୍ୟାଲେରୀ ବାହାରେ ଫୋନ ରଖି ଯାଇପାରିବେ ବୋଲି କୁହାଯାଇଥିଲା। ଏହାର ପ୍ରତିବାଦରେ ସାମ୍ବାଦିକମାନେ ବିଧାନସଭା ପରିସରରେ ଧାରଣା ଦେଇଥିଲେ। ଗାନ୍ଧୀ ମୂର୍ତ୍ତି ସାମ୍ନାରେ ବସି ପ୍ରତିବାଦ କରିଥିଲେ। କଂଗ୍ରେସ ଓ ବିଜେଡି ବିଧାୟକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ପୂର୍ବ ସରକାରଗୁଡ଼ିକ ମଧ୍ୟ ସମ୍ୱାଦିକମାନଙ୍କ ଉପରେ ଏଭଳି ଅନେକ କଟକଣା ଲଗାଇଥା’ନ୍ତି। ମାତ୍ର ବୁଧବାର ଘଟଣାରେ ବାଚସ୍ପତି ସୁରମା ପାଢ଼ୀ ନିଜେ ହସ୍ତକ୍ଷେପ କରି ମାମଲାଟିର ସମାଧାନ କରିଦେଇଛନ୍ତି।






More Stories
ସରଣ୍ଡାରେ ଏନ୍କାଉଣ୍ଟର:୫ ଯବାନ ଆହତ…..
ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ମନୋନୀତ…..
ଜାତୀୟ ମହିଳା ସଂରକ୍ଷଣ ବିଲ୍କୁ ବିଜେଡିର ସମର୍ଥନ…..