Report Card Odisha

| Daily Odia News

ଲିଙ୍ଗରାଜ ମନ୍ଦିରର ସେବାୟତ-ପୋଲିସ କର୍ମଚାରୀଙ୍କ କୋଭିଡ଼ ଟେଷ୍ଟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଉ ଦୁଇ ଦିନ ପରେ ଜାଗର ଯାତ୍ରା | ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର ଚାଲିଛି । ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତ, ଫୁଲ ଦୋକୋନା, ବଡୁ ସେବକ, ପୋଲିସ କର୍ମଚାରୀ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ଆସନ୍ତକାଲିଠାରୁ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ। ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମହାଶିବରାତ୍ରି ଦିନ ୧୨ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଉପରେ ବାରଣ କରାଯାଇଛି । ସେହିଭଳି ସିଂହଦ୍ବାରଠାରୁ ଗର୍ଭଗୃହ ଓ ସାହାଣମେଳା ଦର୍ଶନ ମନା ରହିଛି । ଭଜନ ସମାରୋହରେ ସର୍ବାଧିକ ୫୦୦ ଲୋକ ବସିପାରିବେ। ତେବେ ସମାରୋହ ବେଳେ କୋଭିଡ ଗାଇଡଲାଇନ୍ ପାଳନ ବାଧ୍ୟତାମୂଳକ । ଦର୍ଶକଙ୍କ ମଧ୍ୟରେ ସାମାଜିକ ଦୂରତା ଓ ମାସ୍କ ପରିଧାନ ବାଧ୍ୟତାମୂଳକ। ସମାରୋହସ୍ଥଳ ଚାରିପାଖରେ ବ୍ୟାରିକେଡର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Breaking News