ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଅକ୍ସିଜେନ୍ ଅଭାବକୁ ନେଇ ଆଜି ୧୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତେ ଗୋଟିଏ ରାଷ୍ଟ୍ର ଭାବନାକୁ ନେଇ କାମ କରିବାକୁ ହେବ । ଏହା ଛଡା ରେଲଓ୍ବେ ଏବଂ ଏୟାରଫୋର୍ସକୁ ଭ୍ୟାକସିନ୍ ଯୋଗାଣ କାର୍ଯ୍ୟରେ ଲଗାଯାଇଛି । ଭ୍ୟାକସିନ୍ ଯୋଗାଇବାକୁ ଯେପରି ଅତି କମ ରୁ କମ ସମୟ ଲାଗିବ ସେଥିପାଇଁ ଟ୍ରେନ୍ ଏବଂ ବିମାନଗୁଡିକୁ ଅକ୍ସିଜେନ୍ ନେବା ଆଣିବା ପାଇଁ ବ୍ୟବହାର କରାଯାଉଛି । ବିଭିନ୍ନ ରାଜ୍ୟମାନଙ୍କରେ ଔଷଧ ଏବଂ ଇଞ୍ଜେକସନ୍ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୃକ୍ତ ରାଜ୍ୟର ମୁଖମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ପ୍ରଥମ ସଂକ୍ରମଣ ବେଳେ ଏକାଠି ହୋଇ କାମ କରିଥିବାରୁ ଆମେ କରୋନାକୁ ଆୟତକୁ ଆଣିପାରିଥିଲେ । ଏକା ସଙ୍ଗେ ପ୍ରୟାସ ଯୋଗୁଁ ଦେଶରେ ସଂକ୍ରମଣ ରୋକିବାରେ ସଫଳ ହୋଇଥିଲେ । ସେହିଭଳି ପୁଣି ଥରେ ଏକାଠୀ ହୋଇ କାମ କରିବାକୁ ହେବ । ଏଥି ପାଇଁ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମନ୍ବୟ ରହିବା ଉଚିତ ।’ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ ବୋଲି କହିଛନ୍ତି ମୋଦି । ଏହା ଛଡା ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଲଗାତାର ଭାବେ ରାଜ୍ୟମାନଙ୍କ ସହିତ ଯୋଗାଯୋଗରେ ଅଛି । ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ମୋଦି କହିଛନ୍ତି ।
More Stories
ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ….
ଆଜି ବିଜୟ ରୂପାଣିଙ୍କ ଅନ୍ତିମ ସଂସ୍କାର…..
ଇରାନ-ଇସ୍ରାଏଲ ଉତ୍ତେଜନା ଚରମରେ,୮୦ ମୃତ…..