ରିପୋର୍ଟ କାର୍ଡ / କଟକ
ପୁରୁଷ ହକି ବିଶ୍ୱକପ୍ରେ ଉଦ୍ଘାଟନୀ ଉତ୍ସବରେ ଦୁଲୁକୁଲା କଟକ ବାରବାଟୀ ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଛି। ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଏହି ଆୟୋଜନରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ। ହକି ବିଶ୍ୱକପ୍ ଆୟୋଜନ ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଓଡ଼ିଶାରେ ସବୁଠାରୁ ଭବ୍ୟ ଆୟୋଜନ ହୋଇଥିବା କହିଲେ ଠାକୁର। ଯେତେ ବି ବିଶ୍ୱକପ୍ ହୋଇଛି, ଓଡ଼ିଶାରେ ସବୁଠାରୁ ଭବ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ହଜାର ହଜାର ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ସାଜିଛନ୍ତି ଓଲିଉଡ୍ ଓ ବଲିଉଡ୍ ଷ୍ଟାରଙ୍କ ମ୍ୟୁଜିକ୍ ଓ ଡ୍ୟାନ୍ସ ସୋ। ଏହି ଗ୍ରାଣ୍ଡ ସେଲିବ୍ରେସନ୍ର ଜଲ୍ଓ୍ୱା ଦେଖାଉଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ। ଏହାଛଡ଼ା ସଂଗୀତ ପରିବେଷଣ କରୁଛନ୍ତି ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ପ୍ରୀତମ ଓ ବ୍ଲାକ ସ୍ୱାନ୍ ଗ୍ରୁପ୍। ଆଜିର ଭବ୍ୟ କାର୍ଯ୍ୟକ୍ରମ ସମ୍ବଲପୁରୀ ନୃତ୍ୟରୁ ଆରମ୍ଭ ହୋଇଥିବା ବେଳେ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସ୍ମିତି ମିଶ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ରାପର ବିଗ୍ ଡିଲ୍, ରିତୁରାଜ ମହାନ୍ତି ଏବଂ ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ-ଅର୍ଚ୍ଚିତାଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ଉପଭୋଗ କରିଛନ୍ତି ଦର୍ଶକ। ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱର ଓ ରାଉରକେଲାରେ ୩ ସପ୍ତାହ ଧରି ଚାଲି | ୧୩ ତାରିଖରୁ ଅର୍ଥାତ ଆସନ୍ତାକାଲିଠାରୁ ପଡ଼ିଆରେ ଆରମ୍ଭ ହେବ ହକି ମୁକାବିଲା।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..