Report Card Odisha

| Daily Odia News

ଭାରତରୁ ହଂକଂ ଉଡିବନି ବିମାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ କୋଭିଡର ଦ୍ୱିତୀୟ ଲହର ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି ହଂକଂ କର୍ତ୍ତୃପକ୍ଷ ଭାରତରୁ ସମସ୍ତ ବିମାନ ସେବା ଉପରେ କଟକଣା ଜାରି କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଭାରତକୁ ସଂଯୋଗ କରୁଥିବା ବିମାନ ସେବା ଗୁଡ଼ିକ ଆସନ୍ତକାଲିଠାରୁ ମେ’ ୩ ତାରିଖ ଯାଏ ବାତିଲ କରାଯାଇଥିବା ଆଜି ହଂକଂ ପକ୍ଷରୁ ଘୋଷଣା କରାଯାଇଛି। କେବଳ ଭାରତ ନୁହେଁ, ପାକିସ୍ତାନ ଓ ଫିଲିପାଇନ୍ସ ସହ ମଧ୍ୟ ବିମାନ ସେବାକୁ କାଲିଠାରୁ ମେ’ ୩ ଯାଏ ବାତିଲ କରାଯାଇଛି।। ଏହାଦ୍ୱାରା ସଂପ୍ରତି କ୍ୟାଥେ ପ୍ୟାସିଫିକ, ହଂକଂ ଏୟାରଲାଇନ୍ସ, ଭିସ୍ତ। ଭିସ୍ତାରା ଏବଂ ସେବୁ ପ୍ୟାସିଫିକ ଆଦି କମ୍ପାନୀର ବିମାନ ଏହି ରାଷ୍ଟ୍ରଗୁଡିକୁ ଉଡାଣ କରିବନାହିଁ। ଏହି ତିନିଟି ରାଷ୍ଟ୍ରରୁ ଯାଉଥିବା ଯାତ୍ରୀମାନେ ହଂକଂରେ କୋଭିଡ ପଜିଟିଭ ଚିହ୍ନଟ ହେବା ଏବଂ ଗତ ୧୪ ଦିନ ମଧ୍ୟରେ ସେମାନଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧିପାଇବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ହଂକଂ ସରକାର ଭାରତ, ପାକିସ୍ତାନ ଓ ଫିଲିପାଇନ୍ସକୁ କୋଭିଡ ସଂକ୍ରମଣ ଦୃଷ୍ଟିରୁ ‘ଏକ୍ସଟ୍ରିମଲି ହାଇ ରିସ୍କ’ ବର୍ଗରେ ରଖିଛନ୍ତି।

Breaking News