ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ଓ ଅନୁଦାନ ପ୍ରାପ୍ତ ହେବେ। ହାରିଲେ ମ୍ରିୟମାଣ ହେବେନି କି ଜିତିଲେ ଉତ୍ଫୁଲ୍ଲିତ ହେବେ ନାହିଁ।
ବୃଷ: ନିଜର ଜ୍ଞାନାଲୋକରେ ପରିବାରର ଦୁଃଖ ରୂପୀ ଅମା ଅନ୍ଧକାରକୁ ଆଲୋକିତ କରିବେ। ସରକାରୀ ଅର୍ଥ ପାଇ ଦୟାଧର୍ମରେ ଦୀକ୍ଷିତ ହୋଇ ଦୁଃଖୀରଙ୍କୀଙ୍କର ପୃଷ୍ଠପୋଷକ ହେବେ। କର୍ମଚଞ୍ଚଳ ରହିବେ।
ମିଥୁନ: କର୍ମର ପ୍ରଭାବ ଆପଣଙ୍କୁ ଭାଗ୍ୟବାନ୍ କରାଇପାରେ। ସୌଭାଗ୍ୟବତୀ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି। ସୁଖ, ଶାନ୍ତିରେ ରହିବେ।
କର୍କଟ:ଆକସ୍ମିକଭାବେ ସାମ୍ନାକୁ ଆସୁଥିବା ବିପଦକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ତଥାପି ସତର୍କତା ଆବଶ୍ୟକ। ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ସମ୍ଭବ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଦାୟକ ହେବ। ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ନ ହେବା ସ୍ଥିତପ୍ରଜ୍ଞର ଲକ୍ଷଣ ଆପଣଙ୍କଠାରେ ଅଛି। ସେବା ମନୋଭାବର ହୋଇପାରନ୍ତି।
କନ୍ୟା:ଶତ୍ରୁମାନେ ଆପଣଙ୍କୁ ଠିକ୍ଭାବେ ବୁଝି ପାରି ଶତ୍ରୁତାରୁ ଓହରି ଯାଇପାରନ୍ତି। ଭ୍ରାତୃତ୍ବର ନୀବିଡ଼ ବନ୍ଧନରେ ଅନୁବନ୍ଧିତ ହୋଇପାରନ୍ତି। ଈଶ୍ବର ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ। ତପସ୍ବୀ ହେବେ।
ତୁଳା: ଅଧ୍ୟୟନରତ ହୋଇ ଜ୍ଞାନ ସିନ୍ଧୁ ପାଲ୍ଟି ଯାଇପାରନ୍ତି। ଧନ ଲକ୍ଷ୍ମୀ ବରଦାୟିକା ଅଟନ୍ତି। ଆଶାକୁ ଜୀବନର ଆଧାର କରିପାରନ୍ତି। ସମାଜସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।
ବିଛା: ଉତ୍ତମ ବ୍ୟବହାର, ପରମ ଶୁଦ୍ଧ, ରୀତିନୀତି, ନୈତିକ ପରିପୂର୍ଣ୍ଣତା ଓ ଦିବ୍ୟ ଜ୍ଞାନ ଆପଣଙ୍କୁ ସଂସ୍କୃତି ସମ୍ପନ୍ନ କରିପାରେ। ବାସସ୍ଥଳୀର ନିର୍ମାଣ ଉପରେ ଧ୍ୟାନ ଦେଇପାରନ୍ତି। ଯାନବାହନ ସୁଖ ମିଳିବ।
ଧନୁ: ପ୍ରତ୍ୟେକ କାର୍ଯ୍ୟରେ ଗୃହଲକ୍ଷ୍ମୀ ଆପଣଙ୍କ ପ୍ରେରଣାର ଉତ୍ସ ହୋଇପାରନ୍ତି। ସାରସ୍ବତ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିବେ। କର୍ମ ନିପୁଣତା ଆର୍ଥିକ ସ୍ଥିତକୁ ସୁଦୃଢ଼ କରିବ। ସୁସ୍ଥ ରହିବେ।
ମକର: ତ୍ୟାଗପୂତ ମନୋବୃତ୍ତିର ହେବେ; ଯେହେତୁ ତ୍ୟାଗ, ଜୀବନ ଶୋଧନର ରାଜମାର୍ଗ। ଚିତ୍ରବାନ୍ ବ୍ୟକ୍ତିଭାବେ ମାନବିକତାର ପ୍ରତୀକ ହୋଇପାରନ୍ତି। ଧନାଗମ ହେବ। ସହିଷ୍ଣୁ ଓ ସତ୍ ଚରିତ୍ର ହେବେ।
କୁମ୍ଭ: ସଂଷର୍ଘମୟ ଜୀବନରେ କଷ୍ଟ ସହ୍ୟ କରି ଈଶ୍ବରାଭିମୁଖୀ ହେବେ। ଉତ୍ତମ ସ୍ବାସ୍ଥ୍ୟ ଲାଗି ଆହାର ସୁଦ୍ଧାର ହେବା ଉଚିତ। ସତ୍ୟ, ଅହିଂସା ଓ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ବନ୍ଧୁମିଳନ ଘଟିବ।
ମୀନ : ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହେବେ ଓ ସିଦ୍ଧି ପ୍ରାପ୍ତ ହେବେ। ମନରେ ଲଗାମ ଦେଇ ସମର୍ପିତ ଜୀବନ ଯାପନ କରିବେ। ଆପଣଙ୍କ ସୃଜନଶୀଳତା ଅନ୍ୟମାନଙ୍କୁ ଦିଗ୍ଦର୍ଶନ ଦେବ। ଖର୍ଚ୍ଚାନ୍ତ ହେବେ।
More Stories
ସରକାରୀ ସ୍ତରରୁ ଅର୍ଥ ମିଳିବ….
ସମ୍ମାନ ପାଇବେ…..
ଜାଣନ୍ତୁ ନୂଆ ବର୍ଷରେ କିପରି କଟିବ ଅପାଙ୍କ ରାଶି…..