ରିପୋର୍ଟ କାର୍ଡ / ଭୁବନେଶ୍ବର
ମେଷ: ସ୍ଥିତପ୍ରଜ୍ଞ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ କରଣୀୟ।
ବୃଷ: ପ୍ରବଚନ ସମାବେଶରେ ଯୋଗ ଦେବା ପାଇଁ ପୂର୍ବ ପ୍ରସ୍ତୁତିସ୍ବରୂପ ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ। ପତ୍ନୀଙ୍କ ମନସ୍କାମନା ପୂରଣ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ମିଥୁନ: ପରିଶ୍ରମ ଅତ୍ୟନ୍ତ କଷ୍ଟଦାୟକ ହେଲେ ବି ତା’ର ପାରିଶ୍ରମିକ ପ୍ରାପ୍ୟ ହସ୍ତଗତ ହେବ। ଅବଶ୍ୟ କେତେକ କ୍ଷେତ୍ରରେ ବୁଲ ବୁଝାମଣାର ବଶବର୍ତ୍ତୀ ହୋଇ ପ୍ରାପ୍ୟ ବିଳମ୍ବ ହୋଇପାରେ। ଯାନବାହନ ସୁଖ ମିଳିବ।
କର୍କଟ: ବ୍ୟାବସାୟିକ ଲାଭ ଓ ସରକାରୀ ସ୍ତରରୁ ଅନୁଦାନ ପାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଦେବ ଦର୍ଶନରେ ଆତ୍ମସନ୍ତୋଷ ମିଳିବ। ଅଶାନ୍ତିର ଅବସାନ ଘଟିବ। ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ଦକ୍ଷ ହେବେ।
ସିଂହ: ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ତ୍ୟାଗପୂତ ମନୋଭାବର ହୋଇପାରନ୍ତି। ସହିଷ୍ଣୁ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବ। ଦେଶ ଓ ଜାତିର ହୃତଗୌରବ ଫେରାଇ ଆଣିପାରନ୍ତି।
କନ୍ୟା: ସ୍ବନକ୍ଷତ୍ର ଦିବସ ଆପଣଙ୍କ ଦୁର୍ଦିନକୁ ଦୂର କରିପାରିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଆପଣଙ୍କ ସେବା ନକ୍ଷତ୍ର ଚଳଚଞ୍ଚଳ ରହିବ। ଆୟୁଷ୍ମାନ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ଏକାନ୍ତରେ ମୌନ ରହି ତପସାଧନାରେ ନିମଗ୍ନ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।
ବିଛା: ଶ୍ରଦ୍ଧା ଓ ବିଶ୍ବାସ ରଜୁରେ ଅନୁବନ୍ଧିତ ହୋଇପାରନ୍ତି। ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଗରିମାମୟ ହୋଇପାରେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ଧନୁ: ଭକ୍ତିଭାବରେ ଅନୁରଣିତ ହୋଇପାରନ୍ତି। ବ୍ୟବହାର ପ୍ରେମପୂର୍ଣ୍ଣ ହେବ। କର୍ମକ୍ଷେତ୍ରରୁ ଆୟ ଆସି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରନ୍ତି। ଶାନ୍ତ, ନିପୁଣ, ମେଧାବୀ ଓ ଜିତେନ୍ଦ୍ରିୟ ହେବେ। ସୁସ୍ଥ ରହିବେ।
ମକର: ଦାନଶୀଳ ଭାବେ ଭୋଗୀମାନଙ୍କ ଜଠରାଗ୍ନିକୁ ନିର୍ବାପିତ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ମିଳିବ ଓ ତା’ର ସଦ୍ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ।
କୁମ୍ଭ: କର୍ମତତ୍ପର ରହି ନିଜର ଅସୁସ୍ଥତାକୁ ଭୁଲି ଯାଇପାରନ୍ତି। ଚକ୍ରବର୍ତ୍ତୀ ସମ୍ରାଟ ଯୁଦିଷ୍ଠିରଙ୍କ ଭଳି ସତ୍ୟଧର୍ମ ପରାୟଣ ହୋଇ ସତ୍ୟସିନ୍ଧ ହେବେ। ବିରୋଧୀଙ୍କ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖିବେ।
ମୀନ: ସଶକ୍ତ ଆତ୍ମବଳରେ ବଳୀୟାନ୍ ହେବେ। ପବିତ୍ର ଭାବନା ନେଇ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଆଜି ଦିନ ଭିତରେ ଯାହା ଘଟଣା ଘଟିବ ତାହା ସୁଖବୋଧ ହେବ।
More Stories
ପ୍ରଶଂସାର ପାତ୍ର ହେବେ…..
ସାହାଯ୍ୟକାରୀ ହେବେ……
ସୁଖୀ ରହିବେ….