ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ଆସି ବିରୋଧୀ ବିଜେଡି ଦଳର ବିଧାୟକମାନେ ହୋହାଲ୍ଲା କରିଥିଲେ । ବିରୋଧୀ ଦଳ ଅଭିଯୋଗ କରିଥିଲେ ଯେ ରାଜ୍ୟରେ ଚାଷ ଉପଯୋଗୀ ସମୟରେ ଚାଷୀମାନେ ସାର ପାଉନାହାଁନ୍ତି । ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେଉଥିବାରୁ ବିଜେଡି ଏହି ପ୍ରସଙ୍ଗ ବିଧାନସଭାରେ ଆଜି ଉଠାଇଛି । ଚାଷୀ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ବିଜେଡି ଦାବି କରିଛି । ଆଜି ପ୍ରଶ୍ନକାଳ ମାତ୍ର ୪ମିନିଟ ଚାଲିବା ପରେ ପ୍ରବଳ ହୋହାଲ୍ଲା ଯୋଗୁ ବାଚସ୍ପତି ସୁରମା ପାଢୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……