Report Card Odisha

| Daily Odia News

ଫାଣ୍ଡି ପରିସରରେ ଜବତ ଗାଡ଼ି ଭିତରୁ ମିଳିଲା ମହିଳାଙ୍କ ମୃତଦେହ….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଫାଣ୍ଡି ପରିସରରେ ଥିବା ଏକ ଜବତ ଗାଡ଼ି ଭିତରୁ ମିଳିଲା ଜଣେ ମହିଳାଙ୍କ ମୃତଦେହ | ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ଥିବା ସିଜ୍ କାର୍ ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ରହିଥିବା ସିଜ୍ ହୋଇଥିବା ଏକ କାର୍ ମଧ୍ୟରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟିକୁ ପୋଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ତେବେ କେଉଁ ପରିସ୍ଥିତିରେ କାର୍ ଭିତରକୁ ମହିଳା ଜଣଙ୍କ ଆସିଲେ ଓ ମହିଳା ଜଣଙ୍କ କିଏ ତାର ତଦନ୍ତ ଜାରି ରଖିଛି ପୋଲିସ । ଘଟଣାର ତଦନ୍ତ ପରେ ଗଳିତ ମୃତଦେହଟି କାହାର ଏବଂ ସେ ନିଜେ କାର୍‌ରେ ଆସି ପସିଯାଇଛନ୍ତି ନାଁ ତାଙ୍କ ମୃତଦେହ କେହି ସେଠାରେ ଫିଙ୍ଗି ଦେଇଛି ତାହା ସ୍ପଷ୍ଟ ହେବ । ଏହି ଘଟଣାରେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଛି । ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ତାଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଯେଉଁ କାର୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ତାହା ୨୦୧୯ ମସିହାରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଥିଲା । ଗଞ୍ଜାମ ପୋଲିସ ସେହି କାର୍‌ଟିକୁ ଜବତ କରିଥିବା ବେଳେ କୌଣସି କାରଣରୁ ଗାଡିଟିକୁ ଜାଆଁଳା ପୋଲିସକୁ ହସ୍ତାନ୍ତର କରିଥିଲା । ସେବେଠାରୁ କାର୍‌ଟି ଜାଆଁଳା ଫାଣ୍ଡି ପରିସରରେ ରହିଛି ।

Breaking News