Report Card Odisha

| Daily Odia News

ଆଇଏଫଏସ ଅଭୟ ପାଠକଙ୍କୁ ମିଳିଲା ଜାମିନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଇଏଫଏସ ଅଭୟ ପାଠକଙ୍କୁ ହାଇକୋର୍ଟ ଜାମିନ ମଂଜୁର କରିଛନ୍ତି । ବୈଦ୍ୟନାଥପୁର ଥାନା ମାମଲାରେ ଗୁରୁବାର ଜାମିନ ମିଳିଥିବା ନେଇ ସୂଚନା ମିଳିଛି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ଅଭୟଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ଏନେଇ ସୂଚନା ଦେଇଛନ୍ତି । ମୋଟ ୩ ଟି ମାମଲାରୁ ପୂର୍ବରୁ ୨ଟି ମାମଲାରେ ଜାମିନ ପାଇସାରିଛନ୍ତି । ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲରୁ ବାହାରିବାର ବାଟ ପରିସ୍କାର ଥିବା ନେଇ ଜଣାପଡ଼ିଛି। ଅଭୟଙ୍କୁ ଜାମିନ ମିଳିଥିଲେ ବି ପୁଅ ଆକାଶ ପାଠକଙ୍କୁ ଜାମିନ୍ ମିଳିନାହିଁ । ଆକାଶଙ୍କ ନାଁରେ ଥିବା କ୍ରାଇମବ୍ରାଞ୍ଚ ମାମଲାରେ ଜାମିନ ନାମଞ୍ଜୁର ହୋଇଛି। ତେବେ ଅଭୟଙ୍କ ନାଁରେ ମାମଲା ହୋଇଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମେ’ ୩ ତାରିଖରେ ମୋହର ମାରିସାରିଛନ୍ତି ରାଷ୍ଟ୍ରପତି। ଉଲ୍ଳେଖଯୋଗ୍ୟକି- ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ କରାଯାଇଥିଲା । ଉଭୟ ପାଠକ ବାପ ପୁଅ ଏବେ ଜେଲରେ ଅଛନ୍ତି। ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଗିରଫ ହେବା ପରେ ତଦନ୍ତ ପରିସରକୁ ବଢ଼ାଇଥିଲା ଭିଜିଲାନ୍ସ। ଖାଲି ପାଠକ ନୁହେଁ ପାଠକ ଫ୍ୟାମେଲି ଏବଂ କୋ୍କୁ ଧରିବାକୁ ପ୍ରସ୍ତୁତ ହୋଇଥିଲା ୨୦ ଜଣିଆ ଏସଆଇଟି ଟିମ୍ । ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ନବଗଠିତ ଏହି ଏସଆଇଟି ଟିମ୍‌ର ପ୍ରଥମ ବୈଠକ ମଧ୍ୟ ହୋଇଥିଲା।

Breaking News