Report Card Odisha

| Daily Odia News

ବିଶ୍ୱର ସବୁଠାରୁ ଜନପ୍ରିୟ ରାଜନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଶ୍ବ ରାଜନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ସବୁଠାରୁ ଆରମ୍ଭ କରି ଜନସମର୍ଥ ସର୍ବାଗ୍ରେ ଅହିଛି | ଏକଥା ଆମେରିକୀୟ ‘ଡାଟା ଇଣ୍ଟେଲିଜେନ୍‌ସ୍‌ ଫାର୍ମ’ ‘ମର୍ଣ୍ଣିଂ କନ୍‌ସଲ୍‌ଟ୍‌’ କରିଥିବା ସର୍ଭେରୁ ଜଣାପଡ଼ିଛି। ଦେଶରେ କୋଭିଡ୍‌-୧୯ ମହାମାରୀ ବିସ୍ତାର କାରଣରୁ ଜନପ୍ରିୟତା ହ୍ରାସ ପାଇଥିଲେ ବିଶ୍ବସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରହଣୀୟତା ବା ଜନସମର୍ଥନ ହାର ୬୬% ଥିବା କଥା ଜଣାପଡ଼ିଛି। ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌, ରଷିଆ, ଅଷ୍ଟ୍ରେଲିଆ, ଫ୍ରାନ୍ସ୍‌, କାନାଡା, ବ୍ରାଜିଲ୍ ଏବଂ ଜର୍ମାନି ସମେତ ୧୩ରୁ ଊର୍ଦ୍ଧ୍ବ ଦେଶର ରାଜନେତାମାନଙ୍କ ମଧ୍ୟରେ ମୋଦୀଙ୍କର ଉପରୋକ୍ତ ଜନସମର୍ଥନ ହାର ସର୍ବାଗ୍ରେ ରହିଛି। ‘ମର୍ଣ୍ଣିଂ କନ୍‌ସଲ୍‌ଟ୍‌’ କରିଥିବା ସର୍ବେକ୍ଷଣ ଅନୁସାରେ, ସମର୍ଥନ ନମୁନା ଭାବେ ଭାରତରେ ୨,୧୨୬ଜଣ ପ୍ରାପ୍ତ ବୟସ୍କଙ୍କ ମତ ଗ୍ରହଣ କରାଯାଇଥିଲା। ସେହି ଆଧାରରେ ଜୁନ୍‌ ୧୭ ତାରିଖରେ ଅପ୍‌ଡେଟ୍‌ କରାଯାଇଥିବା ‘ଗ୍ଲୋବାଲ୍‌ ଲିଡର୍‌ ଆପ୍ରୋଭାଲ୍‌ ରେଟିଙ୍ଗ୍‌ ଟ୍ରାକର୍‌’ ଫଳାଫଳ ଦର୍ଶାଇଛି କି, ମୋଦୀଙ୍କୁ ୬୬% ଜନତା ସମର୍ଥନ କରୁଥିବା ବେଳେ ୨୮% ଜନତା ସମର୍ଥନ କରୁନାହାନ୍ତି। ନିୟମିତ ବିଶ୍ବ ନେତାମାନଙ୍କର ଜନସମର୍ଥନ ହାର ଉପରେ ଦୃଷ୍ଟି ରଖିଥିବା ଆମେରିକୀୟ ‘ଡାଟା ଇଣ୍ଟେଲିଜେନ୍‌ସ୍‌ ଫାର୍ମ’ ‘ମର୍ଣ୍ଣିଂ କନ୍‌ସଲ୍‌ଟ୍‌’ ଜୁନ୍‌ ୧୭ ତାରିଖରେ ଜାରି କରିଥିବା ‘ରେଟିଙ୍ଗ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଛକୁ ରହିଛନ୍ତି ଇତାଲୀୟ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି (୬୫%) ଏବଂ ତାଙ୍କ ପଛକୁ ରହିଛନ୍ତି ମେକ୍ସିକୀୟ ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ୍‌ ଲପିଜ୍ ଓବ୍ରାଡର୍‌ (୬୩%)। ସେହିଭଳି, ଚତୁର୍ଥ ସ୍ଥାନରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ (୯୫୪%), ପଞ୍ଚମ ସ୍ଥାନରେ ଜର୍ମାନ୍‌ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ୍‌ (୫୩%), ଷଷ୍ଠ ସ୍ଥାନରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ (୫୩%), ସପ୍ତମ ସ୍ଥାନରେ କାନଡୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟୁଡ୍ୟୁ (୪୮%), ଅଷ୍ଟମ ସ୍ଥାନରେ ଇଂଲଣ୍ଡର୍‌ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌ (୪୪%), ନବମ ସ୍ଥାନରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜାଏ-ଇନ୍ (୩୭%), ଦଶମ ସ୍ଥାନରେ ସ୍ପେନୀୟ ନେତା ପେଡ୍ରୋ ସାଞ୍ଚେଜ୍ (୩୬%), ଏକାଦଶ ସ୍ଥାନରେ ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍ ବୋଲ୍‌ସୋନାରୋ (୩୫%), ଦ୍ବାଦଶ ସ୍ଥାନରେ ଫରାସୀ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ (୩୫%) ଏବଂ ତ୍ରୟୋଦଶ ସ୍ଥାନରେ ଅଛନ୍ତି ଜାପାନୀ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା (୨୯%)।

 

Breaking News