Report Card Odisha

| Daily Odia News

ଜଙ୍ଗଲରେ ବୁଲୁଥିଲେ ପ୍ରେମୀ ଯୁଗଳ, ତାପରେ କଣ ହେଲା ଜାଣନ୍ତୁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରେମୀ ଯୁଗଳ ପରସ୍ପରକୁ ଭେଟିବା ପାଇଁ ନିରୋଳା ଜାଗା ବାଛିଥାନ୍ତି। ୨ ପ୍ରେମୀ ଯୁଗଳ ଜଙ୍ଗଲରେ ବୁଲୁଥିବା ବେଳେ ଗାଁ ଲୋକଙ୍କ ହାତରେ ଧରାପଡ଼ିଛନ୍ତି | ଉଭୟଙ୍କୁ ଧରିବା ସହ ମାଡ ମଧ୍ୟ ମାରିଲେ। ସମସ୍ତଙ୍କ ସାମ୍ନାରେ ଉଠବସ୍ କରାଯାଇଛି । ଏପରି ଘଟଣା ଘଟିଛି ଝାଡଖଣ୍ଡର ଗଢବା ଗାଁରେ। ମିଳିଥିବା ସୂଚନା ମୁତାବକ-ଡଣ୍ଡଇ ଗ୍ରାମର ୨ ଯୁବକ ଓ ମେରାଲ ଥାନା ଅଞ୍ଚଳରେ ଥିବା ଚାମା ଗ୍ରାମର ୨ ଯୁବତୀ ଜଙ୍ଗଲରେ ବୁଲୁଥିଲେ । ସେମାନେ ପ୍ରେମୀ ଯୁଗଳ ଥିଲେ ଓ ପରସ୍ପରକୁ ଦେଖା କରିବା ପାଇଁ ଜଙ୍ଗଲକୁ ନିରାପଦ ସ୍ଥାନ ଭାବେ ବାଛିଥିଲେ । କିନ୍ତୁ ସେମାନେଙ୍କୁ ଗାଁ ଲୋକେ ଧରି ଏଣୁତେଣୁ ପ୍ରଶ୍ନକରି ମାଡ ମାରି ବସଉଠ୍ ମଧ୍ୟ କରିଥିଲେ । ଏହାପରେ ଗାଁ ଲୋକେ ପ୍ରେମୀଯୁଗଳଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକେ ଆସି ସେମାନଙ୍କୁ ଘରକୁ ନେଇଥିଲେ। କୁହାଯାଉଛି ଯେ, ଗଢବା ଗ୍ରାମରେ ଲଗାତର ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ଜଙ୍ଗଲ ନିକଟରେ ୨ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହାପରେ ଜଣେ ଯୁବତୀ ଆତ୍ମହତ୍ୟା ହୋଇଥିବା ନେଇ ସୂଚନା ମିଳିଥିଲା |

Breaking News