Report Card Odisha

| Daily Odia News

ରୁକୁଣା ରଥଯାତ୍ରା ପାଇଁ ଅନୁମତି ଦେଲେ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ଅନୁମତି ଦେଲେ ସରକାର। ବିନା ଭକ୍ତରେ ଚଳିତଥର ରୁକୁଣା ରଥଯାତ୍ରା ହେବ। ତେବେ ଯାତ୍ରା ଆୟୋଜନ ନେଇ ବିଏମସି ଗାଇଡ୍‌ଲାଇନ ଜାରି କରିଛି। ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବରେ ବଢୁଥିବାରୁ ଏବର୍ଷ ବିନା ଭକ୍ତରେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ଗତବର୍ଷ ପରି ଚଳିତ ବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ। ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିଲାନାହିଁ। କିନ୍ତୁ ସଂକ୍ରମଣ ବଢ଼ୁଥିବା ବେଳେ ପରମ୍ପରା ରକ୍ଷା କରି କିପରି ଯାତ୍ରା ହୋଇ ପାରିବ ସେ ନେଇ ଅନୁରୋଧ କରାଯାଇଥିଲା । ଆଉ ଆଜି କରୋନା କଟକଣା ମଧ୍ୟରେ ଯାତ୍ରା ହେବା ନେଇ ଅନୁମତି ମିଳିଛି। କେବଳ ପୋଲିସ ଓ ସେବାୟତ ହିଁ ରଥ ଟାଣିପାରିବେ ବୋଲି ସୂଚନା ରହିଛି। ତେବେ ବାହାରୁ ଛିଡ଼ା ହୋଇ ଭକ୍ତମାନେ ରୁକୁଣା ରଥଟଣାର ଦେଖିପାରିବେ । କିନ୍ତୁ ରଥ କଡ଼ର୍ନ ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସୂଚନା ଅନୁସାରେ-ଗତକାଲି ବିଏମସି କମିଶନର ପ୍ରେମଚନ୍ଦ୍ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରୁକୁଣା ରଥ ଯାତ୍ରା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । ଏହାସହ ବିଡିଏ କାର୍ଯ୍ୟାଳୟରେ ବସିଥିବା ବୈଠକରେ ୪ ନିଯୋଗ, ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ଆଲୋଚନା କରିଥିଲେ ବିଏମସି କମିଶନର।

 

Breaking News