ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କୃଷି ଆନ୍ଦୋଳନ ସମୟରେ ଚାଷୀଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇ ଚାଷୀଙ୍କ ପରିବାରକୁ ସରକାରଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି । କୃଷି ନିୟମ ବିରୋଧରେ ଆନ୍ଦୋଳନ ସମୟରେ ପ୍ରାୟ ୭୦୦ ଚାଷୀଙ୍କ ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ଚାଷୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ତରଫରୁ ଏକ ଭୁଲ କରାଯାଇଥିବା ସେ ମଧ୍ୟ ସ୍ୱୀକାର କରିଛନ୍ତି । ରାହୁଲ ଗାନ୍ଧି ଲୋକସଭାରେ କୃଷକଙ୍କ ଆନ୍ଦୋଳନ ବିଷୟରେ କହିଥିବା ବେଳେ କହିଛନ୍ତି, ‘ନଭେମ୍ବର ୩୦ ରେ କୃଷି ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ଏହି ଆନ୍ଦୋଳନରେ କେତେ ଚାଷୀଙ୍କର ମୃତ୍ୟୁ ହୋଇଛି ? ଏହାର ଜବାବରେ ସେ କହିଛନ୍ତି ଯେ ମୋ ପାଖରେ ଏ ବିଷୟରେ କୌଣସି ତଥ୍ୟ ନାହିଁ । ରାହୁଲ ଗାନ୍ଧି କହିଛନ୍ତି ଯେ ଯଦି ସରକାରଙ୍କର କୌଣସି ସୂଚନା ନାହିଁ, ତେବେ ତାଲିକା ଆମଠାରୁ ନିଅନ୍ତୁ । ଗୃହରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସମ୍ପୂର୍ଣ୍ଣ ତାଲିକା ମୁଁ ରଖୁଛି । ରାହୁଲ ଗାନ୍ଧି କହିଛନ୍ତି, ‘ପଞ୍ଜାବ ସରକାର ୪୦୦ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ୧୫୨ ଚାଷୀଙ୍କ ପରିବାରକୁ ସରକାରୀ ଚାକିରୀ ମଧ୍ୟ ଦିଆଯାଇଛି । ମୋ ପାଖରେ ସମ୍ପୂର୍ଣ୍ଣ ତାଲିକା ଅଛି । ରାହୁଲ ଗାନ୍ଧି ଗୃହର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ । ଲୋକସଭା ଟେବୁଲରେ ପ୍ରାୟ ୫୦୦ ଚାଷୀଙ୍କ ତାଲିକା ମଧ୍ୟ ରଖିଥିଲେ । ଚାଷୀଙ୍କ ଆନ୍ଦୋଳନ ସମୟରେ ଏମାନେ ପ୍ରାଣ ହରାଇଥିଲେ ବୋଲି ଦାବି କରିଥିଲେ । ସେ କହିଛନ୍ତି, “ସମଗ୍ର ଦେଶ ଜାଣେ ଯେ କୃଷକ ଆନ୍ଦୋଳନରେ ପ୍ରାୟ ୭୦୦ କୃଷକ ପ୍ରାଣ ହରାଇଛନ୍ତି ।
Discussion about this post