Report Card Odisha

| Daily Odia News

ବାଳିକା ହାଇସ୍କୁଲର ୧୦ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ…..

ରିପୋର୍ଟ କାର୍ଡ / ଅନୁଗୁଳ

ଅନୁଗୁଳ ଜିଲ୍ଲା ବାଲିପଟା ପଞ୍ଚାୟତ ବାଳିକା ହାଇସ୍କୁଲର ୧୦ ଛାତ୍ରୀ କରୋନା ପଜିଟିଭ ହୋଇଛନ୍ତି। ହାଇସ୍କୁଲର ଛାତ୍ରୀନିବାସରେ ରହୁଥିବା ୧୦ ଅନ୍ତେବାସିନୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଆସିଛି, RTPCR ପାଇଁ ପଠାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଯାଜପୁର ଦଶରଥପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟରେ ୯ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ମୋଟ ୧୯୫ ଛାତ୍ରୀ ପାଠ ପଢ଼ନ୍ତି। ଟେଷ୍ଟ ହୋଇଥିଲେ ମଧ୍ୟ ୯ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଥିଲା। ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ବିଦ୍ୟାଳୟଟି ରହିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କର ଟେଷ୍ଟ କରାଯିବା ସହ ସ୍କୁଲ ପରିସରକୁ ସାନିଟାଇଜ କରାଯାଇଛି। ଏ ଯାଏଁ ରିପୋର୍ଟ ଆସିନାହିଁ। ବିଭାଗ ପକ୍ଷରୁ ଆକ୍ରାନ୍ତ ୯ ଛାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଚାଲିଛି। ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 

Breaking News