Report Card Odisha

| Daily Odia News

ଓସ୍କାର ଦୌଡ଼ରେ ‘କାଲିର ଅତୀତ’

ଭୁବନେଶ୍ୱର: ଓସ୍କାର ରେସରେ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ଫିଲ୍ମ କାଲିର ଅତୀତ ସମ୍ମାନଜନକ ଓସ୍କାର ଆୱାର୍ଡ ଦୌଡ଼ରେ ରହିଛି । ଫିଲ୍ମ ‘କାଲିର ଅତୀତ’ ଜେନେରାଲ କାଟାଗୋରୀର ୪ଟି ଭାଗରେ ସ୍ଥାନ ପାଇଛି । ଏଥିରେ ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅନ୍ୟ ବର୍ଗରେ ମନୋନୀତ କରାଯାଇଛି । ଜଳବାୟୁର ପରିବର୍ତନର ପ୍ରଭାବ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁୁ ଓସ୍କାର ସ୍କ୍ରିନିଂ କରାଯିବ । କେନ୍ଦ୍ରାପଡ଼ାର ସାତଭୟାର ୭ଟି ଗାଁର ସତ୍ୟ କଥା ଉପରେ ଆଧାରିତ ଏହି ଫିଲ୍ମ ଏବେ ଓସ୍କାର ରେସରେ ।

Breaking News