Report Card Odisha

| Daily Odia News

ଚାକିରୀ ଦେବା ନାଁରେ ଠକୁଥିଲେ ବାପ ପୁଅ : ଗିରଫ କଲା ପୁଲିସ

ଅନୁଗୁଳ: ନାମିଦାମୀ କମ୍ପାନୀରେ ଚାକିରୀ କରାଇ ଦେବାକୁ ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା । ପ୍ରାୟ ବର୍ଷ ବର୍ଷ ଧରି କେବଳ ନୂହେଁ , ରାଜ୍ୟ ବାହାରର ଏପରି ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ବାପପୁଅଙ୍କୁ ଶେଷରେ ବାନ୍ଧିଛି ପୁଲିସ । ଏପରିକି ଅଭିଯୋଗରେ ବନ୍ଧା ହୋଇଛନ୍ତି ଅନୁଗୁଳ ଶିମିଳିପଡା ଅଂଳର ଘନଶ୍ୟାମ ମିଶ୍ର ଓ ତାଙ୍କ ପୁଅ । ଅଭିଯୋଗ ଅନୁଯାୟୀ , ଅନୁଗୁଳ ଥାନା ଅନ୍ତର୍ଗତ ବେଣାଗାଡିଆ ଅଂଚଳର ପ୍ରାଣବନ୍ଧୁ ଜେନା ନାମକ ବ୍ୟକ୍‌ତିଙ୍କ ପୁଅକୁ ଜାମସେଦପୁର ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ ପ୍ରତିଶୃତି ଦେଇଥିଲେ ଘନଶ୍ୟାମ ମିଶ୍ର । ଏଥିନିମନ୍ତେ ପ୍ରାୟ ୩ ବର୍ଷ ବର୍ଷ ପୂର୍ବେ ପ୍ରାଣବନ୍ଧୁ ମଧ୍ୟ ଘନଶ୍ୟାମଙ୍କୁ ୪ଲକ୍ଷ ୫୦ ହଜାର ପାରିନଥିବାରୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ । ଘନଶ୍ୟାମ ୩ଟି କିସ୍ତିରେ ୮୦ ହଜାର ଫେରସ୍ତ ଦେଇଥିଲେ । ଅବଶିଷ୍ଟ ଟଙ୍କା ପାଇଁ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀ ଶୀମିଳିପଡା ସ୍ଥିତ ଘନଶ୍ୟାମଙ୍କ ବାସଭବନକୁ ଯାଇଥିଲେ । ମାତ୍ର ସେଠାରେ ଘନଶ୍ୟାମ ଉଭୟଙ୍କୁ ଖରାପ ଭାଷାରେ ଗାଳିଗୁଲଜ, ଧମକ ଦେବା ସହ କାଠ ଫାଳିଆରେ ବାଡେଇବାକୁ ଉଦ୍ୟମ ହୋଇଥିଲେ । ଏନେଇ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ । ପରେ ଏହି ଘଟଣାର ତଦନ୍ତ କରି ପୁଲିସ୍ ଘନଶ୍ୟାମ ଓ ତାଙ୍କ ପୁଅଙ୍କ ଏକ ବଡ ଧରଣର ଠକେଇ ବିଷୟରେ ଜାଣିବାକୁ ପାଇଥିଲା ପୁଲିସ୍ । ବାପା ପୁଅ ଓଡ଼଼ିଶା , ବିହାର, ଝାରଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନାମିଦାମୀ କମ୍ପାନୀରେ ନିଯୁକ୍ତି ଦେବାପାଇଁ ଜଣ ପିଛା ୨ଲକ୍ଷ ଟଙ୍କା ନେଇଥିବା ଜଚ୍ଚାପଡିଥିଲା । ପରେ କୋଲିୟରୀ ପୁଲିସ ବାପାପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Breaking News