ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀର ‘ଓମିକ୍ରନ୍’ ଭ୍ୟାରିଏଣ୍ଟ କୁ ନେଇ ବିଶ୍ବବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି | ଏହା ଭିତରେ ଆମେରିକା ଏବଂ ୟୁରୋପରେ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ିଛି। ଆମେରିକାରେ ଗତ କିଛିଦିନ ମଧ୍ୟରେ ୧,୩୩,୦୦୦ରୁ ଅଧିକ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ଆାମେରିକାରେ ମୋଟ ସାପ୍ତାହିକ ସଂକ୍ରମଣରେ ୨୨.୪ ପ୍ରତିଶତ ସଂକ୍ରମଣ କେବଳ ଶିଶୁମାନଙ୍କ କ୍ଷେତ୍ରରେ ହୋଇଛି। ଲଗାତାର ୧୭ ସପ୍ତାହ ଧରି ଆମେରିକାରେ ପ୍ରତି ସପ୍ତାହରେ ୧ ଲକ୍ଷରୁ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି। ଆମେରିକାନ ଏକାଡେମି ଅଫ୍ ପେଡିଆଟ୍ରିକ୍ସ ଆଣ୍ଡ ଦି ଚିଲ୍ଡ୍ରେନ୍ସ ହସ୍ପିଟାଲ୍ ଆସୋସିଏସନ୍ ଦ୍ବାରା ଜାରି ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ରିପୋର୍ଟରୁ ଏହା ଜଣାପଡ଼ିଛି ଯେ କରୋନା ଆକ୍ରାନ୍ତ ଶିଶୁ ଅଧିକ ଗୁରୁତର ହେଉନାହାନ୍ତି। ଅନ୍ୟପକ୍ଷେ ୟୁରୋପ୍ରେ ‘ହୁ’ ଅଫିସ୍ ପକ୍ଷରୁ ନିକଟରେ କୁହାଯାଇଥିଲା ଯେ, ନିକଟରେ କିଛି ସ୍ଥାନରେ ହାରାହାରି ଜନସଂଖ୍ୟା ତୁଳନାରେ କମ୍ ବୟସର ଶିଶୁଙ୍କ ମଧ୍ୟରେ ସଂକ୍ରମଣ ଦୁଇରୁ ୩ ଗୁଣା ଅଧିକ ରହୁଛି। ୟୁରୋପରେ ୫ ରୁ ୧୪ ବର୍ଷର ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଛି। ଶିଶୁମାନେ ଘରେ ସେମାନଙ୍କ ବାପା ମା’ ଏବଂ ବୁଢ଼ା ବାପା ମା’ଙ୍କୁ ସଂକ୍ରମିତ କରୁଛନ୍ତି। ଏହାଦ୍ବାରା ଟିକା ନେଇନଥିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିପାରେ।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..