ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ତାରିଣୀ ରଞ୍ଜନ ରାୟଙ୍କୁ ନିଲମ୍ବନ କରାଯାଇଛି । ସେ ଭୁବନେଶ୍ୱର ଦେବତ୍ତର କମିଶନରଙ୍କ କାର୍ଯ୍ୟାଳୟରେ ଭୂମି ଅଧିକାରୀ ଥିଲେ । ତାଙ୍କୁ ପୂର୍ବରୁ ମାଲକାନଗିରିର ସହକାରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା । କିନ୍ତୁ ସେ ସରକାରୀ ନିର୍ଦ୍ଦେଶାନାମାକୁ ଅଣଦେଖା କରି କାର୍ଯ୍ୟରେ ଯୋଗ ଦେଉ ନଥିଲେ । ସେ ରାଜଧାନୀରେ ଏକ ଆଇଆଇଏସ୍ କୋଚିଂ ସେଣ୍ଟର ଚଳାଉଥିବା ଅଭିଯୋଗ ଆସୁଥିଲା । ଏହା ବିରୁଦ୍ଧରେ ବିଭାଗ ଶୃଙ୍ଗଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି । ନିଲମ୍ବନ ଅବଧି ସମୟରେ ସେ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ଅଫିସରେ ଉପସ୍ଥିତ ରହିବେ । ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।





More Stories
ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର…..
ପୁରୀ ବେଳାଭୂମି ହେବ ଭବ୍ୟ ଆଧ୍ୟାତ୍ମିକ ବେଳାଭୂମି…..
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..