Report Card Odisha

| Daily Odia News

IPL ନିଲାମ: କ୍ରିସ୍‌ ମୋରିସ୍ ସବୁଠୁ ଦାମୀ ଖେଳାଳି

ଚେନ୍ନାଇ: ଚେନ୍ନାଇରେ ୨୦୨୧ ଆଇପିଏଲ ସଂସ୍କରଣ ପାଇଁ ନିଲାମ ଆରମ୍ଭ ହୋଇଛି। ୨୦୨୧ ଆଇପିଏଲ୍ ନିଲାମରେ ସବୁଠାରୁ ଦାମି କ୍ରିକେଟର ହୋଇଛନ୍ତି କ୍ରିସ ମୋରିସ। ତାଙ୍କୁ ୧୬ କୋଟି ୨୫ ଲକ୍ଷରେ ରାଜସ୍ଥାନ ରୟାଲ୍ସ କିଣିଛି। ଦ୍ୱିତୀୟ ସର୍ବାଧିକ ନିଲାମି କାଇଲ୍ ଜେମିସନଙ୍କ ନାଁରେ ଲାଗିଛି। ତାଙ୍କୁ ବାଙ୍ଗାଲୋର ଟିମ୍ ୧୫ କୋଟିରେ କିଣିଛି। ତୃତୀୟ ସ୍ଥାନରେ ଗ୍ଲେନ ମ୍ୟାକ୍ସୱଲ ଅଛନ୍ତି। ତାଙ୍କୁ ମଧ୍ୟ ବାଙ୍ଗାଲୋର ଟିମ୍ କିଣିଛି। ମ୍ୟାକ୍ସେଓ୍ୱଲଙ୍କ ଦାମ ରହିଛି ୧୪ କୋଟି ୨୫ ଲକ୍ଷ। ଅନ୍ କ୍ୟାପଡ ଓ ଭାରତୀୟ ଖେଳାଳି ମଧ୍ୟରେ ସବୁଠୁ ଅଧିକ ଦାମ ରହିଛି କେ. ଗୌତମଙ୍କର। ତାଙ୍କୁ ଚେନ୍ନାଇ ସୁପର୍ କିଙ୍ଗ୍ସ ୯ କୋଟି ୨୫ ଲକ୍ଷରେ କିଣିଛି।

ସେପଟେ ୬ ବର୍ଷ ପରେ ଆଇପିଏଲ୍‌ରେ ପଡିଆକୁ ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୁଜାରା ଓହ୍ଲାଇବେ। ବେସ୍ ପ୍ରାଇସ୍ ୫୦ ଲକ୍ଷରେ ପୁଜାରାଙ୍କୁ ନିଜ ଟିମ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନେଇଛି। ଚଳିତ ଥର ଆଇପିଏଲ ନିଲାମ ଶେଷ ହୋଇଛି। ସଚିନ୍‌ଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିଲାମ ସହ ତାଙ୍କୁ ୨୦ ଲକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି। ଏଥର ଆଇପିଏଲ୍ ନିଲାମରେ ୨୯୨ କ୍ରିକେଟର ସାମିଲ ହୋଇଛନ୍ତି ଓ ୬୧ଟି ସ୍ଲଟ ଅଛି। ଅକ୍ସନ୍ ପୁଲରେ ୧୬୪ ଜଣ ଭାରତୀୟ  ଓ ୧୨୫ ଜଣ ବିଦେଶୀ ଥିଲେ।

ପ୍ରାଥମିକ ପର୍ଯ୍ୟାୟରେ ୧୧୧୪ ଜଣ କ୍ରିକେଟର ନିଲାମ ପାଇଁ ପଂଜୀକରଣ କରିଥିଲେ। ଆଉ ଏହା ସହ କିଛି ଓଡ଼ିଆ କ୍ରିକେଟର୍‌ ମଧ୍ୟ ଚଳିତଥର ଆଇପିଏଲ୍ ନିଲାମରେ ସାମିଲ ହୋଇପାରନ୍ତି। ମିଳିଥିବା ସୂଚନା ଅନୁସାରେ, ଶୁଭ୍ରାଂଶୁ ସେନାପତି, ରାଜେଶ ଧୁପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତରଣୀ ସାଙ୍କ ନାଁ ଏବେ ଚର୍ଚ୍ଚାରେ ହେଉଛି। ଏହି ୬ କ୍ରିକେଟରଙ୍କ ନାଁ ସୁପାରିଶ କରିଛି ଓସିଏ।

ଆଗାମୀ ସିଜିନର ଆଇପିଏଲ୍ ନିଲାମରେ ଏମାନଙ୍କୁ ସାମିଲ କରିବା ପାଇଁ ଓସିଏ ସୁପାରିଶ କରିଛି। ଯଦି କେଉଁ ଦଳ ଏମାନଙ୍କୁ କିଣେ, ତେବେ ଆସନ୍ତା ସିଜିନରେ ଆଇପିଏଲରେ ଓଡ଼ିଆ କ୍ରିକେଟରଙ୍କୁ ଦେଖିବାକୁ ମିଳିବ। ୨୦୦୮ରୁ ଆଇପିଏଲ୍  ଆରମ୍ଭ ହୋଇଥିଲା, ଏଯାଏ କୌଣସି ଓଡ଼ିଆ କ୍ରିକେଟର ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଛାପ ଛାଡ଼ି ପାରି ନାହାନ୍ତି। ତେଣୁ ଏହି ୬ କ୍ରିକେଟରଙ୍କ ଉପରେ ଓସିଏର ଅନେକ ଆଶା ରହିଛି। ତେବେ କେଉଁ ଓଡିଆ କ୍ରିକେଟର ଚଳିତ ବର୍ଷ ଆଇପିଏଲରେ ସାମିଲ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

କରୋନା ପାଇଁ ଲକ୍‌ଡାଉନ୍ ଯୋଗୁଁ ଗତ ଥର ଆଇପିଏଲ୍‌ ମ୍ୟାଚ୍‌କୁ ଘୁଞ୍ଚାଯାଇଥିଲା। ପରେ ଦୁବାଇରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ‌ ଅନୁଷ୍ଠିତ ହୋଇଥିଲା। ଆଇପିଏଲ ସିଜିନ୍-୧୩ ଫାଇନାଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ(Delhi Capitals) ହରାଇ ଲଗାତର ଦ୍ୱିତୀୟ ଓ ସିରିଜରେ ସର୍ବାଧିକ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians)।

Breaking News