ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇଏଏସ ଓ ଆଇପିଏସ ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । କ୍ରାଇମବ୍ରାଞ୍ଚର ଏଡିଜି ଦାୟିତ୍ୱରେ ରହିଥିବା ଅରୁଣ ବୋଥ୍ରାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଇଏଏସ ଅଧିକାରୀ ବିଜୟ ଅମୃତାଙ୍କ ସ୍ଥାନରେ ଶ୍ରୀ ବ୍ରୋଥା ଏହି ଦାୟିତ୍ୱ ସମ୍ଭାଳିବେ । ସେହିପରି ଜେଲ ଏଡିଜି ଦାୟିତ୍ୱରେ ରହିଥିବା ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ରୋଡ଼ ପରିବହନ ନିଗମ (ଓଏସଆରଟିସି)ର ସିଏମଡି ଭାବେ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ଓଏସଆରଟିସିର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ । ସେହିପରି ପରିବହନ କମିଶନର ଦାୟିତ୍ୱରେ ଥିବା ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି ।






More Stories
ନୂଆ DGP ଚୟନ ପ୍ରକ୍ରିୟା ମାମଲାର ଆଜି ଶୁଣାଣି……
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବନ୍ୟାଞ୍ଚଳରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ…..