ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇଏଏସ ଓ ଆଇପିଏସ ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । କ୍ରାଇମବ୍ରାଞ୍ଚର ଏଡିଜି ଦାୟିତ୍ୱରେ ରହିଥିବା ଅରୁଣ ବୋଥ୍ରାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଇଏଏସ ଅଧିକାରୀ ବିଜୟ ଅମୃତାଙ୍କ ସ୍ଥାନରେ ଶ୍ରୀ ବ୍ରୋଥା ଏହି ଦାୟିତ୍ୱ ସମ୍ଭାଳିବେ । ସେହିପରି ଜେଲ ଏଡିଜି ଦାୟିତ୍ୱରେ ରହିଥିବା ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ରୋଡ଼ ପରିବହନ ନିଗମ (ଓଏସଆରଟିସି)ର ସିଏମଡି ଭାବେ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ଓଏସଆରଟିସିର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ । ସେହିପରି ପରିବହନ କମିଶନର ଦାୟିତ୍ୱରେ ଥିବା ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି ।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..