ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ସୁରକ୍ଷାକର୍ମୀଙ୍କ ରେଡ୍ ବେଳେ ହୋଇଥିବା ଗୁଳିମାଡ଼ରେ ୧୧ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୪ ଜଣ ବନ୍ଧୁକଧାରୀ ଓ ୪ ଜଣ ସାଧାଣ ଲୋକ ରହିଥିବା ଜଣାପଡିଛି । ଇସ୍ରାଏଲ ଦଖଲରେ ଥିବା ୱେଷ୍ଟ ବ୍ୟାଙ୍କ ନିକଟ ନାବଲୁସ ସହରରେ ରେଡ୍ ବେଳେ ଏପରି ଘଟଣା ଘଟିଛି। ଇସ୍ରାଏଲ ଓ ପ୍ରତିପକ୍ଷ ଗୋଷ୍ଠୀର ସଂଘର୍ଷରେ ୧୦୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଇସ୍ରାଏଲ ସେନା ପକ୍ଷରୁ ନାବଲୁସରେ ହୋଇଥିବା ଅପରେସନକୁ ନିଶ୍ଚିତ କରାଯାଇଛି। ସେନା କହିଛି ଯେ ଆକ୍ରମଣ ପାଇଁ ଯୋଜନା କରୁଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିବାକୁ ଚେଷ୍ଟା କରାଯାଉଥିଲା। ହେଲେ ଆତଙ୍କବାଦୀଙ୍କ ସମର୍ଥକମାନେ ଆକ୍ରମଣ କରିବାରୁ ପାଲଟା ଜବାବ ଦିଆଯାଇଥିଲା। ହେଲେ ଏହି ଆକ୍ରମଣରେ ଇସ୍ରାଏଲ ପକ୍ଷରୁ କେହି ବି ମୃତାହତ ହୋଇନାହାନ୍ତି। ଗାଜା ସୀମାନ୍ତରେ ମଧ୍ୟ ସଂଘର୍ଷ ଦେଖିବାକୁ ମିଳିଛି। ପାଲେଷ୍ଟିନୀୟ ମିଲିଟାଣ୍ଟ ଗ୍ରୁପ ଇସଲାମିକ ଜିହାଦ କହିଛି ଯେ ସଂଗଠନ ୨ ଜଣ ନାବଲୁସ କମାଣ୍ଡରଙ୍କୁ ଇସ୍ରାଏଲ ଟ୍ରୁପ୍ସ ଗୋଟିଏ ଘରେ ଘେରାବନ୍ଦୀ କରିଥିଲା। ଏହାକୁ ନେଇ ସଂଘର୍ଷ ହୋଇଥିଲା। ବିସ୍ଫୋରଣ ଘଟିବା ସହ ସ୍ଥାନୀୟ ଯୁବକମାନେ ପଥର ମାଡ଼ କରିଥିଲେ। ଇସ୍ରାଏଲ ଆକ୍ରମଣରେ ୨ ଜଣ ଇସଲାମିକ ଜିହାଦ କମାଣ୍ଡର ଓ ଆଉ ଜଣେ ଗନମ୍ୟାନ ପ୍ରାଣ ହରାଇଛି।






More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..