Report Card Odisha

| Daily Odia News

ପାୱାରଙ୍କୁ ହତ୍ୟା ଧମକ ମାମଲାରେ ଆଇଟି ଇଞ୍ଜିନିୟର ଗିରଫ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏନସିପି ଚିଫ୍‌ ଶରଦ ପାୱାରଙ୍କୁ ହତ୍ୟା ଧମକ ଘଟଣାର ତନାଘନା କରି ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଣେର ଜଣେ ଆଇଟି ଇଞ୍ଜିନିୟରଙ୍କୁ ଗିରଫ କରିଛି। ଗତକାଲି ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଜୁନ୍‌ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତଜଣକ ଫେସବୁକ୍‌ ଓ ଟ୍ୱିଟର ସହ ସୋଶାଲ ମିଡିଆରେ ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ଶରଦ ପାୱାରଙ୍କ ଝିଅ ମୁମ୍ବାଇ ପୋଲିସରେ ଏକ ମାମଲା ରୁଜୁ କରିଥିଲେ। ଫେସବୁକ୍‌ ପୋଷ୍ଟରେ ଲେଖାଥିଲା ଖୁବ୍‌ ଶୀଘ୍ର ଶରଦ ପାୱାରଙ୍କ ଅବସ୍ଥା ନରେନ୍ଦ୍ର ଦାଭୋଲକରଙ୍କ ପୀରି ହେବ । ମହାରାଷ୍ଟ୍ରରେ ଏକ ସମିତି ଗଠନ କରି ଚର୍ଚ୍ଚାକୁ ଆସିଥିବା ନରେନ୍ଦ୍ର ଦାଭୋଲକରଙ୍କର ୨୦୧୩ ମସିହା ଅଗଷ୍ଟ ୨୦ ତାରିଖରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Breaking News