ରିପୋର୍ଟ କାର୍ଡ /ନୂଆଦିଲ୍ଲୀ
ପଞ୍ଜାଵ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଆଜି ହରିୟାଣାର ଡାକ୍ତରାଣୀ ଗୁର୍ପ୍ରୀତ କୌରଙ୍କୁ ବିବାହ କରିଛନ୍ତି | ମୁଖ୍ୟମନ୍ତ୍ରୀ ଭବନରେ ଶିଖ୍ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଛି। ୪୮ ବର୍ଷୀୟ ମାନ୍ଙ୍କର ଏହା ଦ୍ବିତୀୟ ବିବାହ।୨୯ ବର୍ଷୀୟା ଗୁର୍ପ୍ରୀତ କୌରଙ୍କ ଘର କୁରୁକ୍ଷେତ୍ରର ପିହୋୱା ସ୍ଥିତ ଗୁମଥଲା ଗଡ଼ୁ ଗ୍ରାମରେ। ଡାକ୍ତର ଗୁରୁପ୍ରୀତ କୌରଙ୍କ ପରିବାରର ମଧ୍ୟ ରାଜନୈତିକ ପ୍ରଭାବ ରହିଛି। ବିବାହରେ ସାଂସଦ ରାଘବ ଚଢା ମଧ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରିବାର ସହ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..