ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡ଼ୁରେ ମକର ସଂକ୍ରାନ୍ତି ଅବସରରେ ଜଲିକାଟୁ ପର୍ବ ପାଳନ ହୋଇଥିଲା । ଅଭନିୟାପୁରମ ଠାରେ ଜଲିକାଟୁ ପର୍ବ ପାଳନ ହେଉଥିବା ବେଳେ ଷଣ୍ଢ ଆକ୍ରମରେ ୬୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ଜଣ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ତାମିଲନାଡ଼ୁର ଜଲିକାଟୁ ପର୍ବରେ ଷଣ୍ଢ ସହ ଖେଳିବା ବେଳେ ଏହି ଅଘଟଣ ଘଟିଛି । ଷଣ୍ଢ ଆକ୍ରମଣରେ ଲୋକ ମାନେ ଗୁରୁତର ଓ ଆହତ ହୋଇଛନ୍ତି । ଜଲିକାଟୁ ପର୍ବ ପାଳନକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ପୂର୍ବରୁ ସତର୍କ କରାଯାଇଥିଲା ।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..