Report Card Odisha

| Daily Odia News

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ,ଦେବାଶିଷ ପଣ୍ଡା ଟପ୍ପର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମାର୍ଚ୍ଚ ମାସରେ ହୋଇଥିବା ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୧୩ ଜଣ ଛାତ୍ରଛାତ୍ରୀ ୧୦୦ ପରସେଣ୍ଟାଇଲ୍ ରଖିଛନ୍ତି । ଏନେଇ ନେସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି । ଏହି ପରୀକ୍ଷା ପାଇଁ ୬ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ପଂଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ଲକ୍ଷ ୯୦ହଜାର ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୧୬ରୁ ୧୮ ମଧ୍ୟରେ ଦେଶର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଚଳିତବର୍ଷ ପ୍ରଥମଥର ପାଇଁ ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ ପରୀକ୍ଷା କରାଯାଉଛି । ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେରେ ଜେଇଇ ମେନ୍ ପାଇଁ ଘୋଷଣା କରାଯାଇଛି। ଏଥିରୁ ଯେଉଁ ପରୀକ୍ଷାରେ ସବୁଠାରୁ ଅଧିକ ସ୍କୋର ରହିଥିବ ତାହାକୁ ବିଚାରକୁ ନିଆଯିବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠାରୁ ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ୍ ପାଇଁ ପଂଜୀକରଣ ଆରମ୍ଭ ହେବ । ଏଥିରେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା। ସେ ମୋଟ ୯୯.୯୫% ମାର୍କ ରଖିଛନ୍ତି। ଶତ ପ୍ରତିଶତ ମାର୍କ ରଖିଥିବା ଶିକ୍ଷାର୍ଥୀମାନେହେଲେ ଦିଲ୍ଲୀର ସିଦ୍ଧାର୍ଥ କଲରା ଓ କାବ୍ୟା ଚୋପ୍ରା, ତେଲେଙ୍ଗାନାର ବାନ୍ନୁରୁ ରୋହିତ କୁମାର ରେଡ୍ଡୀ, ମାଦୁର ଆଦର୍ଶ ରେଡ୍ଡୀ ଓ ଯୋସୟୁଲା ଭେଙ୍କଟ ଆଦିତ୍ୟ, ପଶ୍ଚିମବଙ୍ଗର ବ୍ରାଟିନ ମଣ୍ଡଳ, ବିହାରର କୁମାର ସତ୍ୟଦର୍ଶୀ, ରାଜସ୍ଥାନର ମ୍ରିଦୁଲ ଅଗ୍ରୱାଲ ଓ ଜେନିଥ ମାଲହୋତ୍ରା, ତାମିଲନାଡୁର ଅଶ୍ୱିନ ଅବ୍ରାହମ ଏବଂ ମହାରାଷ୍ଟ୍ରର ଅଥର୍ବ ଅଭିଜିତ ତାମବାଟ ଓ ବକ୍ସି ଗାର୍ଗୀ ମାରକଣ୍ଡ।

Breaking News