ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କୁ ଟିକିଏ ଆଶ୍ବସ୍ତି ଦେଇଛି । ୨୪ଦିନ ପରେ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଦର ହ୍ରାସ କରିଛନ୍ତି। ସରକାରୀ ତେଲ କମ୍ପାନୀ ଆଜି ୨ୟ ଦିନରେ ପୁଣି ପେଟ୍ରୋଲ,ଡିଜେଲ ଦର ହ୍ରାସ କରିଛନ୍ତି। ଆଜି ପେଟ୍ରୋଲ ୨୧ ପଇସା ଏବଂ ଡିଜେଲ ୨୦ ପାଇସା ଶସ୍ତା ହୋଇଛି। ଫଳରେ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦର ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ୯୦.୭୮ଟଙ୍କା ହୋଇଥିବାବେଳେ ଡିଜେଲ ଦାମ ୮୧.୧୦ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୭.୧୯ ଟଙ୍କା ଏବଂ ଡିଜେଲ ଦାମ ୮୮.୨୦ ଟଙ୍କା ରହିଛି। ଦୁଇଦିନ ଭତରେ ପେଟ୍ରୋଲ ଦାମ ୩୯ ଏବଂ ଡିଜେଲ ଦାମ ଲିଟର ପିଛା ୩୭ ପଇସା ଶସ୍ତା ହୋଇଛି। ସେହପରି ଚେନ୍ନଇରେ ପେଟ୍ରୋଲ ଦର ୯୨.୭୭ ଓ ଡିଜେଲ ଦର ୮୬.୧୦ଟଙ୍କା, କୋଲକାତାରେ ୯୦.୦୮ ଏବଂ ଡିଜେଲ ଦର ୮୩.୯୮ ଟଙ୍କା ରହିଛି। ସୂଚନାଥାଉ କି, ଗତମାସରେ ୧୦ ଫେବ୍ରୁଆରୀରୁ୨୬ ଫେବ୍ରୁଆରୀ ମଧ୍ୟରେ ଘରୋଇ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ, ଡିଜେଲ ଦାମ ଲିଟର ପିଛା ୪ରୁ ୫ ଟଙ୍କା ଯାଏ ବୃଦ୍ଧି କରିଥିଲେ।
More Stories
୧୯ରୁ ରାଜ୍ୟରେ ବର୍ଷା ସମ୍ଭାବନା…..
ଅନଲାଇନରେ ଅର୍ଡର କରିଥିଲେ ଲାପଟପ୍ ଆସିଲା ମାର୍ବଲ୍ ପଥର…..
ଟ୍ରମ୍ପ କଲେ ଘୋଷଣା,ବଢିଲା ପନ୍ନୁର ସମସ୍ୟା….