ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାରତ ବନ୍ଦ ପାଇଁ ଯୁକ୍ତ ୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ସେପ୍ଟେମ୍ବର ୨୪ ରୁ ୨୮ ପର୍ଯ୍ୟନ୍ତ ସ୍ନାତକ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତାରିଖ ଘୋଷଣା କରାଯାଇଥିଲା। ତେବେ ଆଜି ଭାରତ ବନ୍ଦ ଥିବାରୁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି | ଛାତ୍ରଛାତୀ କିପରି ନାମଲେଖାଇବେ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଥିଲେ । ଭାରତ ବନ୍ଦ ପାଇଁ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏହାସହିତ ସେହିଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟର ଇ-ସ୍ପେଶରେ ସେମାନଙ୍କ ସମ୍ବନ୍ଧିତ ତଥ୍ୟ ଅପଡେଟ ବା ତ୍ରୁଟି ସଂଶୋଧନ କରିପାରିବେ। ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଟ୍ବିଟ୍ କରିଛି ଯେ, “ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଦ୍ବିତୀୟ ପର୍ଯ୍ୟାୟ ନାମଲେଖାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦ୍ବିତୀୟ ମନୋନୟନରେ ଯେଉଁ ଛାତ୍ରଛାତ୍ରୀମାନେ ବଛା ହୋଇଛନ୍ତି ସେମାନେ ସେପ୍ଟେମ୍ବର ୩୦ ତାରିଖ ଯୋଗ୍ୟ ବିବେଚିତ ହୋଇଥିବା ମହାବିଦ୍ୟାଳୟରେ ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ କରିପାରିବେ। ଏହାସହିତ ବାତ୍ୟା ‘ଗୁଲାବ’ ଯୋଗୁଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ପ୍ରଭୃତି ୧୧ ଜିଲ୍ଲାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିଛି।
Discussion about this post