ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କାଶ୍ମୀରର ଗୁଲମାର୍ଗ ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛ | ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି | ଏହି ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ନିକଟସ୍ଥ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି | ଯବାନ ମାନେ ଏଲୋସି ଋ ୫ କିମି ଦୂର ବୋତପ୍ରଥୀ ରୁ ଫେରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଗାଡି କୁ ଲକ୍ଷ୍ୟ କରି ଗୁଳିଚାଳନା କରିଥିଲେ | ଏହି ଆତଙ୍କବାଦୀମାନେ ପାକିସ୍ଥାନ ର ବ୍ୟାଟ ସ୍ପେଶାଲ ୟୁନିଟ୍ ର ବୋଲି ଅନୁମାନ କରାଯାଉଛି | ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇ ତଲାସି ଅଭିଯାନ ଆରମ୍ଭ କରାଯାଇଛି |






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..