ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଅଫଲାଇନ ପରୀକ୍ଷା । ଏହା ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟକ ଦିନ ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ । ହେଲେ କେବଳ ଗଣିତ ପରୀକ୍ଷା ୧୨ଟା ୧୫ ପର୍ଯ୍ୟନ୍ତ ଚାଲିବ । ଏନେଇ ଗୁରୁବାର ବୋର୍ଡ ପକ୍ଷରୁ ଟାଇମ୍ଟେବୁଲ୍ ପ୍ରକାଶ ପାଇଛି । ଅଫ୍ଲାଇନ୍ ପରୀକ୍ଷା ପାଇଁ ଆସନ୍ତା ୫ ତାରିଖରୁ ଅନ୍ଲାଇନ୍ ଫର୍ମଫିଲପ୍ ଆରମ୍ଭ ହେବ । ଜୁଲାଇ ୫ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ। ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫିସ୍ ଛାଡ଼ କରାଯାଇଛି । ଚଳିତ ଥରର ମାଟ୍ରିକ ରେଜଲ୍ଟରେ ରେକର୍ଡ ପରିମାଣରେ ପାସ୍ କରିଥିଲେ ଛାତ୍ରଛାତ୍ରୀ । ଏଥର ୯୭ ଦଶମିକ ୮୯ ପ୍ରତିଶତ ପିଲା ପାସ୍ କରିଛନ୍ତି । ପରୀକ୍ଷା ଦେଇଥିଲେ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ । ତାମଧ୍ୟରୁ ୫ଲକ୍ଷ ୬୨ ହଜାର ୧୦ ଜଣ ପିଲା ପାସ୍ କରିଥିଲେ । ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ ବୋଲି ସୂଚନା ମିଳିଛି ।
More Stories
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..
ମୁଖ୍ୟମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ…..
ବିବାହ ମଣ୍ଡପରୁ ଚୋରି ଘଟଣାରେ ଅଭି ଯୁକ୍ତ ଗିରଫ…..