Report Card Odisha

| Daily Odia News

ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ୍ ଭି ରମଣା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ୍ ଭି ରମଣା | ଆଜି ରାଷ୍ଟ୍ରପତି ଭବନରେ ଜଷ୍ଟିସ୍ ରମନ୍ନାଙ୍କୁ ପ୍ରଧାନ ବିଚାରପତି ପଦର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମୁଖ୍ୟ ବିଚାରପତି ଜଷ୍ଟିସ ଏସଏ ବୋବଡେ ଗତକାଲି ଅବସର ନେବାରେ ଆଜି ଜଷ୍ଟିମ୍ ଏନଭି ରମନ୍ନା ଦେଶର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିମ୍ ରମନ୍ନାଙ୍କ କାର୍ଯ୍ୟକାଳ ୨୬ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ରହିଛି। ଅର୍ଥା ସେ ଦୁଇବର୍ଷରୁ କମ୍ ସମୟ ପାଇଁ ପ୍ରଧାନ ବିଚାରପତି ପଦରେ ରହିବେ। ସୂଚନା ଅନୁସାରେ- ରମନ୍ନା ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ପ୍ରଥମ ବିଚାରପତି, ଯିଏକି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଛନ୍ତି। ଆନ୍ଧ୍ର ପ୍ରଦେଶରେ ୨୭ ଅଗଷ୍ଟ ୧୯୫୭ରେ କ୍ରୀଷ୍ଣା ଜିଲ୍ଲାର ପୁନାଭରମ ଗାଁର ଏକ ଚାଷୀ ପରିବାରରେ ସିଜେଆଇ ରମନ୍ନାଙ୍କ ଜନ୍ମ। ସେ ନାତୁଲାପତି ଭେଭ୍କଟ ମରନ୍ନା ବିଜ୍ଞାନ ଓ ଆଇନରେ ସ୍ନାତକ କରିଥିଲେ। ଏହାପରେ ସେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ୧୯୮୩ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଜଣେ ଆଇନଜୀବୀ ଭାବେ ବୃତି ଆରମ୍ଭ କରିଥିଲେ। ଏହାପରେ ସେ ଆନ୍ଧ୍ରପ୍ରଦେଶରେ ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟ କରିଥିଲେ । ୨୦୦୦ମସିହା ଜୁନ୍ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୪ ଫେବ୍ରୁଆରୀରେ ସୁପ୍ରିମକୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।

Breaking News