Report Card Odisha

| Daily Odia News

ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍‌ ଏନ୍‌ଭି ରମଣା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ଏନ୍‌ଭି ରମଣା ଶପଥ ନେବେ। ଗତକାଲି ପ୍ରଧାନ ବିଚାରପତି ଏସ୍‌ଏ ବୋବଡ଼େ ଅବସର ନେଇଛନ୍ତି। ବୋବଡ଼େ ବିଦାୟୀ ଭାଷଣରେ କହିଥିଲେ ଯେ ଖୁସି, ସଦିଚ୍ଛା ଏବଂ ମଧୁର ସ୍ମୃତି ସହ ସେ ସୁପ୍ରିମକୋର୍ଟ ଛାଡ଼ୁଛନ୍ତି ଏବଂ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ସମ୍ପାଦନରେ ସନ୍ତୁଷ୍ଟ ଅଛନ୍ତି। ଜଷ୍ଟିସ୍‌ ବୋବଡ଼େ ସୁପ୍ରିମ୍‌ କୋର୍ଟରେ ତାଙ୍କ କାର୍ଯ୍ୟକାଳ ସମୟରେ ଐତିହାସିକ ଅଯୋଧ୍ୟା ରାୟ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଶୁଣାଇଛନ୍ତି। ୨୦୧୯‌ ନଭେମ୍ବରରେ ସେ ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିବା ବେଳେ ଆଜି ଅବସର ନେଇଛନ୍ତି। ତାଙ୍କ ପାଖରେ ଥିବା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସେ ଜଷ୍ଟିସ୍‌ ଏନ୍‌ଭି ରମଣାଙ୍କୁ ହସ୍ତାନ୍ତର କରିଛନ୍ତି ଏବଂ ସେ ସଠିକ୍‌ ଭାବେ ନେତୃତ୍ବ ନେଇପାରିବେ ବୋଲି ବୋବଡ଼େ କହିଛନ୍ତି। ଏଟର୍ଣ୍ଣି ଜେନେରାଲ୍‌ କେକେ ବେଣୁଗୋପାଳ ଏହି ଅବସରରେ କହିଥିଲେ, ମାର୍ଚ୍ଚ ୨୦୨୦ରେ ବିଶ୍ବ କରୋନା ମହାମାରୀ ସହ ଲଢ଼ିଲା। ସଂକ୍ରମଣ ବଢ଼ିବାରୁ କୋର୍ଟ ବନ୍ଦ ହୋଇଯିବ ବୋଲି ଚିନ୍ତା ହୋଇଥିଲା। କିନ୍ତୁ ସିଜେଆଇ ବୋବଡ଼େ ଭର୍ଚୁଆଲ୍‌ ଶୁଣାଣି ଆରମ୍ଭ କରିଥିଲେ ଏବଂ ଏଥିଯୋଗୁଁ ୫୦ ହଜାରରୁ ଅଧିକ ମାମଲାର ଫଏସଲା ହୋଇପାରିଛି। ଏହା ଏକ ବଡ଼ ସଫଳତା ବୋଲି ସେ କହିଥିଲେ।

Breaking News