ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି | କେତେକ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରୂପ ନେଇଛି | ରାଜ୍ୟ ସରକାର ଏପ୍ରିଲ୍ ମାସ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଏପ୍ରିଲ୍ ୧ରୁ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ଗାଇଡ୍ଲାଇନ୍ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ସୂଚନା ଦେଇଛନ୍ତି । ସତର୍କତାର ସହ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆର୍ସି । ଜିଲ୍ଲାପାଳ ଏବଂ ମ୍ୟୁନିସ୍ପାଲ୍ କମିଶନର୍ଙ୍କ ହାତରେ କ୍ଷମତା ରହିବ ସହିତ କଣ୍ଟେନ୍ମେଣ୍ଟ ଜୋନ୍ ପାଇଁ ସେମାନେ ନିଷ୍ପତ୍ତି ନେଇପାରିବେ । କଣ୍ଟେନ୍ମେଣ୍ଟ ଜୋନ୍ରୁ କେହି ବାହାରକୁ ଆସିପାରିବେ ନାହିଁ ବା ବାହାରକୁ ବାହିରିବା ପାଇଁ ଅନୁମତି ଆବଶ୍ୟକ ହେବ । ଘରକୁ ଘର ସର୍ଭେ ହେବ । ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍ମେଣ୍ଟ୍ ଉପରେ ଗରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଥିବା ବେଳେ ଯଥା ସମ୍ଭବ ଅଧିକ ଆର୍ଟିପିସିଆର୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ହୋଇଛି|
More Stories
ଜଳିଗଲା ବାୟୁସେନାର ମିଗ ୨୯ ଯୁଦ୍ଧ ବିମାନ….
ଏସ୍ସିବି ମେଡକାଲ କଲେଜରେ ରାଗିଂ ଅଭିଯୋଗ…..
ଆସିଲା ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ…..