ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟରେ ବଡ ଧରଣର ଅଦଳବଦଳ କରିବା ନେଇ ଚର୍ଚ୍ଚା ହେଉଥିଲା । ଏବେ କେନ୍ଦ୍ର ମନ୍ତ୍ରୀମାନଙ୍କର କାର୍ଯ୍ୟଧାରାକୁ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଦର୍ଶନ ଖରାପ ଥିଲେ ମନ୍ତ୍ରୀମଣ୍ଡଳରୁ ଆଉଟ୍ ହେବା ସୁନିଶ୍ଚିତ । ଆଉ କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟରେ ବଡ ଧରଣର ଅଦଳବଦଳ କରିପାରନ୍ତି । ଏହି ନୂଆ ମନ୍ତ୍ରିମଣ୍ଡଳରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିପାରେ। ସୂଚନା ଅନୁସାରେ- ୨ ବର୍ଷ ପରେ ହେବାକୁ ଯାଉଥିବା ପରିବର୍ତ୍ତନ ଏକ ବଡଧରଣର ହେବାନେଇ ଆଶଙ୍କା ରହିଛି | ବର୍ତ୍ତମାନ ୨୧ ଜଣ କ୍ୟାବିନେଟ୍ ମନ୍ତ୍ରୀ ରହିଥିବା ବେଳେ, ଏହାର ସଂଖ୍ୟା ବଢିପାରେ ବୋଲି ଚର୍ଚ୍ଚା ହେଉଛି । କ୍ୟାବିନେଟରେ ୩୦ରୁ ୩୫ ପ୍ରତିଶତ ଚେହେରା ବଦଳିବା ନେଇ ଜଣାପଡୁଛି । ସେହିପରି ୯ ଜଣ ସ୍ୱାଧୀନ ଓ ୨୩ ରାଜ୍ୟ ମନ୍ତ୍ରୀ ରହିଛନ୍ତି । ଏହି ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିପାରେ । ଉତ୍ତର ପ୍ରଦେଶ ସମେତ ନିର୍ବାଚନ ହେବାକୁ ଥିବା ରାଜ୍ୟ ଉପରେ ଫୋକସରହିଛି | ଉତ୍ତର ପ୍ରଦେଶର କିଛି ନେତାଙ୍କୁ ବଡ ପଦ ଦିଆଯାଇପାରେ । ଗତ କ୍ୟାବିନେଟ୍ ବୈଠକରେ ମୋଦୀ ବଡ ପରିବର୍ତ୍ତନ କରିବା ନେଇ ସଙ୍କେତ ଦେଇଥିଲେ । ସେବେଠାରୁ ଭଲ ପ୍ରଦର୍ଶନ କରିନଥିବା ମନ୍ତ୍ରୀଙ୍କୁ ବଦଳାଯିବ ବୋଲି ଏକ ପ୍ରକାର ସୂଚନା ମିଳୁଛି । ସହଯୋଗୀ ଦଳ ଜେଡିୟୁକୁ କ୍ୟାବିନେଟରେ ସାମିଲ କରିବା ନେଇ ସମ୍ଭାବନା କମ୍ ରହିଛି । କାରଣ ଜେଡିୟୁର ଅନେକ ନେତା ମନ୍ତ୍ରୀ ହେବାକୁ ଚାହିଁ ରହିଛନ୍ତି । କିନ୍ତୁ ଏନଡିଏ ଜଣେ କି ୨ ଜଣଙ୍କୁ ମନ୍ତ୍ରୀ ପଦ ଦେବାକୁ ଚାହୁଁଛି । ତେବେ ସହଯୋଗୀ କୋଟାରେ ରାମବିଳାସ ପାସଓ୍ୱାନ, ଅରବିନ୍ଦ ସାଓ୍ୱନ୍ତ ଓ ହରସିମରତ୍ କୌରଙ୍କ ମନ୍ତ୍ରାଳୟ ଖାଲି ରହିଛି । କିନ୍ତୁ ଏହି ସବୁ ଖାଲି ସ୍ଥାନ ପାଇଁ ନିର୍ବାଚନ ହେବାକୁ ଥିବା ରାଜ୍ୟ ଉପରେ ଅଧିକ ଫୋକସ୍ କରାଯିବ ବୋଲି ଜଣାପଡିଛି ।
Discussion about this post