ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଏମ୍ସ ପ୍ରଥମ ECMO ମେସିନ୍ ପାଇଛି । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ (ହୃଦରୋଗ ବିଭାଗ), ଡାକ୍ତର କ୍ରିଷ୍ଣା (ଶିଶୁ ରୋଗ) ଓ ଆନେସ୍ଥେସିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ସତ୍ୟଜିତ ମିଶ୍ର । ବର୍ତ୍ତମାନ ସୁଦ୍ଧା ନର୍ସିଂ କର୍ମଚାରୀଙ୍କୁ ତାଲିମ ଦିଆଯାଇ ନଥିବାରୁ ମେସିନ୍ ଚଳାଇବା ନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ECMO ଚିକିତ୍ସାରେ ଥିବା ଜଣେ ରୋଗୀଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ ପଡିଥାଏ। ସେଥିପାଇଁ ନର୍ସଙ୍କ ଆବଶ୍ୟକତା ରହିଛି | ଭୁବନେଶ୍ୱର ଏମ୍ସରେ ପୂର୍ବରୁ ECMO ମେସିନ୍ ନଥିଲା । କରୋନା ପରେ ଗତବର୍ଷ ଇକମୋ ୟୁନିଟକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଲକ୍ଷ୍ୟ ରଖିଥିଲେ ଏମ୍ସ କର୍ତ୍ତୃପକ୍ଷ । ତେବେ ଗତବର୍ଷ ନଭେମ୍ବର ଏଥିପାଇଁ ହୋଇଥିବା ଇ-ଟେଣ୍ଡର କେହି ସାମିଲ ହୋଇ ନଥିଲେ । ଆସନ୍ତା ତିନି ମାସ ଭିତରେ ଦ୍ୱିତୀୟ ECMO ମେସିନ୍ ଆସିବା ନେଇ ଆଶା କରାଯାଉଛି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..