ରିପୋର୍ଟ କାର୍ଡ / ଗଞ୍ଜାମ
୪ ଯୁବକଙ୍କୁ ଅପହରଣ ମାମଲାରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ | ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି। କହିଛନ୍ତି କି ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଅଛନ୍ତି। ଅପହରଣକାରୀମାନେ ଯୁବକ ମାନଙ୍କୁ ଭୁବନେଶ୍ଵରରୁ ଅପହରଣ କରି ଗଞ୍ଜାମରେ ଆଣି ରଖିଥିଲେ। ଋଣ କାରବାରକୁ ନେଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ୪ ଜଣ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ। ଲୋନ୍ ଦେବା ପୂର୍ବରୁ ପ୍ରୋଜେକ୍ଟ ଦେଖିବାକୁ ଆସିଥିବାବେଳେ ଅପହରଣ କରାଯାଇଛି। ଯୁବକଙ୍କୁ ଉଦ୍ଧାର ହୋଇଥିବା ସ୍ଥାନରୁ ନାଗ ସାପ ମଧ୍ୟ ଉଦ୍ଧାର କରାଯାଇଛି। ଗଞ୍ଜେଇ କାରବାର ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଥିବା ସୂଚନା ଦେଇଛନ୍ତି ଏସପି। ସୂଚନା ଅନୁୟାରେ- ଦିଲ୍ଲୀର ୪ ଯୁବକଙ୍କୁ ଅପହରଣ କରି ଗଞ୍ଜାମରେ ରଖିଥିଲେ | କୌଶଳକ୍ରମେ ଜଣେ ଖସିଆସି ଚିକିଟି ତହସିଲଦାରଙ୍କୁ ଜଣାଇଥିଲେ। ତହସିଲଦାରଙ୍କ ସହଯୋଗରେ ପୋଲିସ ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ୪ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ନୂଆଗାଁ ପୋଲିସ । ୪ ଦିନ ତଳୁ ୪ ଜଣଙ୍କୁ ଦୁର୍ବୁତ୍ତ ମାନେ ଅପହରଣ କରି ରଖିଥିଲେ। ତେବେ ସେମାନେ କିଏ , ଏବଂ କାହିଁକି ଅପହରଣ କରିଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ପୋଲିସ ତଦନ୍ତ ଜାରି ରଖିଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……