ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଇଲା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଜଧାନୀ ଦିଲ୍ଲୀକୁ ବିଦ୍ୟୁତ ଯୋଗାଣ କରୁଥିବା ବିଦ୍ୟୁତ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ କୋଇଲା ଏବଂ ଗ୍ୟାସ ଯୋଗାଇବାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହସ୍ତକ୍ଷେପ କରିବାକୁ କହିଛନ୍ତି। କୋଇଲା ସଙ୍କଟକୁ ନେଇ ଉଦ୍ବେଗ ପ୍ରକାଶ କରି କେଜ୍ରିୱାଲ ଶନିବାର ଟ୍ୱିଟ କରି କହିଛନ୍ତି ଯେ ଦିଲ୍ଲୀ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହୋଇପାରେ। ମୁଁ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଏହାକୁ ଏଡାଇବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ। ଏହି ସମୟରେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି ଏକ ଚିଠି ଲେଖିଛି। ସୂଚନାନୁସାରେ, ଦିଲ୍ଲୀରେ ବିଦ୍ୟୁତ୍ ବିତରଣ କରୁଥିବା ଟାଟା ପାୱାର ନିଜ ଗ୍ରାହକଙ୍କୁ ଫୋନରେ ବାର୍ତ୍ତା ପଠାଇ ଏ ସଂକ୍ରାନ୍ତରେ ଅବଗତ କରାଇଛି। DDL, ଟାଟା ପାୱାରର ଏକ ଶାଖା ଯାହା ମୁଖ୍ୟତଃ ଉତ୍ତର-ପଶ୍ଚିମ ଦିଲ୍ଲୀରେ ବିଦ୍ୟୁତ ବିତରଣ ଉପରେ କାର୍ଯ୍ୟ କରେ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..