ରିପୋର୍ଟ କାର୍ଡ / କୋଣାର୍କ
ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର ପ୍ରଥମ ସନ୍ଧ୍ୟାରେ ଓଡିଶୀ ଓ କଥକ ନୃତ୍ୟ ପରିବେଷଣ କରିଛନ୍ତି ଭୁବନେଶ୍ଵର ଓ ଦିଲ୍ଲୀର ନୃତ୍ୟଶିଳ୍ପୀ। ମୁକ୍ତାକାଶ ରଙ୍ଗ ମଞ୍ଚରେ ଭୁବନେଶ୍ଵର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଗୁରୁ ଲିଙ୍ଗରାଗ ପ୍ରଧାନ , ଗୁରୁ ପଙ୍କଜ କୁମାର ପ୍ରଧାନ ଓ ସାଥି ନୃତ୍ୟଶିଳ୍ପୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଏପରିକି କଥକ ନୃତ୍ୟ ଶିଳ୍ପୀମାନେ ମଧ୍ୟ ନିଖୁଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।






More Stories
ଡାକ୍ତର ଆନ୍ଦୋଳନ ସ୍ଥଗିତ…..
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……