ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ। ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି | କୁମାର ପୂର୍ଣ୍ଣିମାରେ ଶନିବାର ଆଂଶିକ ଚନ୍ଦ୍ରଗ୍ରହଣ ହେବ। ରାତି ୧ ଟା ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ରାତି ୨ ଟା ୨୪ ମିନିଟ୍ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହା ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରରୁ ଦୃଶ୍ୟମାନ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପଞ୍ଜିକାର ବିଧି ଅନୁସାରେ ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଆଜି ଅପରାହ୍ଣ ୪ ଟା ୪ ମିନିଟ୍ ୫୫ ସେକେଣ୍ଡରୁ ରାତି ୨ଟା ୨୪ ମିନିଟ୍ ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତିକୁ ନିଷେଧ କରାଯାଇଛି। ଏହା ପୂର୍ବରୁ କୁମାର ପୂର୍ଣ୍ଣିମା ଓଷା କରିଥିବା ଝିଅମାନେ ଚଉରାମୂଳେ ପୂଜା କରିବା ଲାଗି ପରାମର୍ଶ ଦିଆଯାଇଛି।
More Stories
ଟାସ୍କଫୋର୍ସ ପୁର୍ନଗଠନ କଲେ ରାଜ୍ୟ ସରକାର…..
କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର, ଦୁଇ ଯୁବକ ଅଟକ…..
ଓଏସଏସଏସସି ପରୀକ୍ଷା ଅନିୟମିତତାର ତଜର୍ମା କରୁଛନ୍ତି ସରକାର…..