Report Card Odisha

| Daily Odia News

୨ ଜନ୍ମ କଲେ-କାହିଁକି ୨୦ ଜନ୍ମ କଲେ ନାହିଁ ଏହି ବିବଦୀୟ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିବାଦୀୟ ବୟାନ ଦେଇ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ଅଡୁଆରେ ପଡିଥିବା ବେଳେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି | ସେ ନିଜର ବୟାନ ଏବଂ ଭାଷଣ ଯୋଗୁଁ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ମହିଳାଙ୍କ ଫଟା ଜିନ୍ସ ପିନ୍ଧିବା ବୟାନ ଉପରେ ବିବାଦ ନଥମୁଣୁ ଏବେ ଦେଶର ଗୁଲାମିକୁ ନେଇ ତାଙ୍କର ନୂତନ ଜ୍ଞାନ ସାମ୍ନାକୁ ଆସିଛି। ରବିବାର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ କହିଛନ୍ତି, ଅନ୍ୟ ଦେଶ ତୂଳନାରେ ଭାରତ କରୋନା ସଙ୍କଟର ମୁକାବିଲାରେ ଉନ୍ନତ ସ୍ଥିତିରେ ରହିଛି। ଅନ୍ୟପଟେ ଆମେରିକା ଯିଏ ଆମକୁ ୨୦୦ ବର୍ଷ ପର୍ଯ୍ୟନ୍ତ ଗୁଲାମ କରି ରଖିଥିଲା ଏବଂ ଦୁନିଆରେ ରାଜ୍ କରୁଥିଲା, ବର୍ତ୍ତମାନ ସେ ମହାମାରୀରେ ସଂଘର୍ଷ କରୁଛି। ତୀରଥ ସିଂହ ରାଓ୍ଵତ କହିଛନ୍ତି, କରୋନା ସମୟରେ ସରକାରଙ୍କ ପକ୍ଷରୁ ପ୍ରତି ଘରେ ପରିବାର ସଦସ୍ୟଙ୍କ ପିଛା ୫ କିଲୋ ରାସନ ଦିଆଯାଇଛି। ଯେଉଁ ପରିବାରର ସଦସ୍ୟ ସଂଖ୍ୟା ୧୦ ତାଙ୍କୁ ୫୦ କିଲୋ ଏବଂ ଯାହାଙ୍କ ୨୦ ସଦସ୍ୟ ସେମାନଙ୍କୁ ଏକ କ୍ଵିଣ୍ଟାଲ ରାସନ ଦିଆଯାଇଛି। ତଥାପି ଲୋକେ ଈର୍ଷା କରୁଛନ୍ତି ଯେ, ୨ ଜଣିଆ ପରିବାରକୁ ୧୦ କିଲୋ ଏବଂ ୨୦ ଜଣିଆ ପରିବାରକୁ କ୍ଵିଣ୍ଟାଲେ ରାସନ ମିଳିଲା। ଏଥିରେ ଈର୍ଷା କଣ ପାଇଁ ? ଯେବେ ସମୟ ଥିଲା କାହିଁକି ୨ ଜନ୍ମ କଲେ ? କାହିଁକି ୨୦ ଜନ୍ମ କଲେ ନାହିଁ ? ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ରବିବାର ବିଶ୍ଵ ବନ ଦିବସ ଅବସରରେ ନୈନିତାଲ ଜିଲ୍ଲାର ରାମନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଲୋକଙ୍କୁ ସମ୍ବୋଧିତ କରି ଏହି ବିବଦୀୟ ବୟାନ ଦେଇଛନ୍ତି।

Breaking News