ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ରାଉରକେଲା ଉଦିତ ନଗର ଥାନା ଏଏସଆଇ ଆଲିଶା ନରମି ଲୁଗୁନଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି। ଉଦିତ ନଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଏଏସଆଇ ଲୁଗୁନଙ୍କ ନାଁରେ ମୃତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ସୁସ୍ମିତାଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି ଏଫ୍ଆଇଆର କପିରେ ଲେଖିଥିଲେ। ଆଉ ତା’ପରେ ହଠାତ୍ ଏଏସଆଇ ଆଲିଶା ନରମି ଲୁଗୁନଙ୍କ ମୃତ୍ୟୁ ହୋଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୋ ସ୍ତ୍ରୀ ବିଷୟରେ ଖବର ପାଇ ଡାକ୍ତରାଖାନା ଯାଇଥିଲି। ସେଠାରେ ମୋତେ କହିଲେ ମାଡାମ୍ ଆଉ ନାହାନ୍ତି। ମୁଁ ଦେଖିଲାବେଳକୁ ମୋ ସ୍ତ୍ରୀର ଗୋଟିଏ ସାଇଟ୍ ଗାଲ ଫୁଲି ଯାଇଥିଲା ଓ ପାଟିରୁ ରକ୍ତ ବାହାରୁଥିଲା। ମୋ ସ୍ତ୍ରୀକୁ ମାଡ଼ ମରାଯାଇଛି। ମୁଁ ଏହି ଫଟୋ ପୁଲିସ ଏସ୍ଆଇଙ୍କୁ ଦେଖାଇଛି। ମୋ ସ୍ତ୍ରୀକୁ ଯେ ମାରିଛି ତାକୁ ଗିରଫ କରାଯାଉ ଓ ତାକୁ ଫାଶି ଦିଆଯାଉ। ଗତକାଲି ସନ୍ଧ୍ୟାରେ ରାଉରକେଲା ରିଙ୍ଗରୋଡରେ ଏକ ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା । ଏହାକୁ ନିୟନ୍ତ୍ରଣ ପାଇଁ ଯାଇଥିଲେ ଏଏସଆଇ ଆଲିଶା ନରମି ଲୁଗୁନ। କିନ୍ତୁ ସେଠାରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….