ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ପୂର୍ବତନ କ୍ରିକେଟ ଖେଳାଳୀ ବିଶନ୍ ସିଂ ବେଦୀଙ୍କର ପରଲୋକ ହୋଇଛି । ୭୭ ବର୍ଷ ବୟସରେ ଭାରତର ପୂର୍ବତନ ଏହି ସଫଳ ସ୍ପିନରଙ୍କର ନିଧନ ହୋଇଛି । ୧୯୭୦ ଦଶକରେ ସେ ନିଜର ସ୍ପିନ୍ ବୋଲିଂ ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ୧୯୪୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ପଞ୍ଜାବର ଅମୃତସରରେ ତାଙ୍କର ଜନ୍ମ ହୋଇଥିଲା । ଭାତର ପାଇଁ ସେ ଅଧିନାୟକ ଭାବେ କ୍ରିକେଟ ମ୍ୟାଚ ଖେଳିଛନ୍ତି । ୨୨ଟି ଟେଷ୍ଟ ମ୍ୟାଚରେ ସେ ଭାରତ ପାଇଁ ଅଧିନାୟକ ଥିଲେ . ୬୭ଟି ଟେଷ୍ଟ ମ୍ୟାଚ ଖେଳି ସେ ୨୬୬ଟି ଓ୍ୱିକେଟ ନେଇଛନ୍ତି । ୧୫୬୦ଟି ଓ୍ୱିକେଟ ସହ ସେ ନିଜ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରୁ ଅବସର ଗ୍ରହଣ କରିଥିଲେ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….