Report Card Odisha

| Daily Odia News

ଗୋଲାପି ଓଠ ଚାହୁଁଛନ୍ତି କି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁହଁକୁ ସୁନ୍ଦର କରିଥାଏ ଓଠ | ପ୍ରାୟ ସମସ୍ତେ ଗୋଲାପି ଓଠ ପସନ୍ଦ କରିଥାନ୍ତି । ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଓଠ କଳାପଡିଥାଏ। ଏହାସହ ଓଠ ଶୁଖିଥାଏ। ତେବେ ଜାଣନ୍ତୁ କିଭଳି ଓଠର ଯତ୍ନ ନେବେ। ଜାଣନ୍ତୁ….
୨ ଚାମଚ ଚିନି ନିଅନ୍ତୁ। ଏକ ଚାମଚ ଚିନିରେ ମହୁ ଓ ଏକ ଚାମଚ ବାଦାମ ତେଲ ମିଶାନ୍ତୁ। ଏହାକୁ ଓଠରେ ଭଲ ଭାବେ କିଛି ସମୟ ଧିରେ ଧିରେ ମାଲିସ କରନ୍ତୁ। ବାଦାମ ତେଲ ଓ ମହୁ ଲଗାଇବା ଦ୍ୱାରା ଏହା ଓଠକୁ ନରମ କରିବା ସହ କଳାପଣ ଦୂର କରିଥାଏ। ଏହାକୁ ନିୟମିତ ବ୍ୟବହାର ଦ୍ୱାରା ଓଠ ଗୋଲାପି ହୋଇଥାଏ।
ଏକ ଛୋଟ ବିଟ୍‍ ଖଣ୍ଡ ନିଅନ୍ତୁ। ଏହାକୁ କୋରି ଦିଅନ୍ତୁ। ଏହାକୁ ରସ ବାହାର କରି ଦିଅନ୍ତୁ। ଏହାକୁ ନିଜ ହାତ ଆଙ୍ଗୁଠିରେ ନେଇ ଓଠରେ ଲଗାନ୍ତୁ। ୧୫ ମିନିଟ୍‍ ଲଗାଇ ରଖନ୍ତୁ। ଏହାକୁ ଧୋଇ ଦିଅନ୍ତୁ। ଏହା ଦ୍ୱାରା ମଧ୍ୟ ଗୋଲାପି ହୋଇଥାଏ।
ସତେଜ ଘିକୁଆଁରୀ ରସରେ ଅଳ୍ପ ମହୁ ମିଶାନ୍ତୁ। ଏହାକୁ ନିଜ ଓଠରେ ଲଗାଇ ୧୫ ମିନିଟ୍‍ ଲଗାଇ ରଖନ୍ତୁ। ଏହାପରେ ଓଠକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଓଠ ନରମ ଓ ଗୋଲାପି ହୋଇଥାଏ।
ଦାନ୍ତ ଘଷା ବ୍ରଶକୁ ହାଲକା ଓଦା କରି ଓଠରେ ଧିରେ ଧିରେ ଘଷନ୍ତୁ। ଏବେ ରାତିରେ ଲିପ୍‍ ବାମ୍‍ ଲଗାଇ ଶୁଅନ୍ତୁ।
ଆବଶ୍ୟକ ପରିମାଣରେ ପାଣି ପିଅନ୍ତୁ।

Breaking News