Report Card Odisha

| Daily Odia News

ଲିଚୁରେ ଲୁଚି ରହିଥିବା ଗୁଣ

ଲିଚୁ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି। ଖରାଦିନେ ଫଳୁ ଥିବା ଏହି ଫଳ ଖାଇଲେ ବହୁତ ଲାଭ ମିଳିଥାଏ। ଲିଚୁକୁ ଗରମ ଦିନର ରସଗୋଲା ବୋଲି କେହି କେହି କହିଥାଆନ୍ତି।  କାରଣ ଏହା ମିଠା ଓ ରସାଳ। ତା’ହେଲେ ଆସନ୍ତୁ ଜାଣିବା ଲିଚୁ ଖାଇଲେ କ’ଣ ଲାଭ ମିଳେ।

ସ୍ମରଣଶକ୍ତି ବଢ଼ାଏ: ଯେଉଁ ପିଲାମାନଙ୍କ ସ୍ମରଣଶକ୍ତି ଦୃର୍ବଳ ଥାଏ ଓ ଯେତେ ପଢ଼ିଲେ ବି ପାଠ ମନେ ରହେନାହିଁ, ସେମାନେ ଲିଚୁ ଖାଇବା ଉଚିତ। ବୟସ ବଢ଼ିବା ସହ ସ୍ମରଣଶକ୍ତି କମିଥାଏ। କିଛି କଥା ମନେ ରହି ନଥାଏ। ଏପରି ସ୍ଥିତିରେ ବୟସ୍କ ବ୍ୟକ୍ତିମାନେ ମଧ୍ୟ ଲିଚୁ ଖାଇ ପାରିବେ। ଏହା ସେମାନଙ୍କ ସ୍ମରଣଶକ୍ତି ବଢ଼ାଇବାରେ ସହାୟକ ହେବ।

ଗରମରୁ ରକ୍ଷା କରିଥାଏ: ଖରାଦିନେ ଅନେକ ସମୟରେ ହାତ, ଗୋଡ଼ ଓ ଆଖିରେ ବହୁତ ଜଳାପୋଡ଼ା ହୋଇଥାଏ। ବହୁତ ଶୋଷ ବି ଲାଗିଥାଏ। ଲୋକେ ପାଣି ପିଇ ପିଇ ନାକେଦମ ହୋଇଯାଆନ୍ତି ଓ କିଛି ଖାଇବାକୁ ଇଚ୍ଛା ହୋଇ ନଥାଏ। ଏପରି ସ୍ଥିତିରେ ଲିଚୁ ଜୁସ୍‌ ପିଅନ୍ତୁ। ଭଲ ଲାଗିବ। ଗରମ କମ୍‌ ଅନୁଭବ ହେବ। ହାତ ଓ ଗୋଡ଼ର ଜଳାପୋଡ଼ା ହେବା ଦୂର ହୋଇଯିବ। ଶୋଷ କମ୍ ଲାଗିବା ସହ ଭୋକ ବଢ଼ିଯିବ। ବିଶେଷ କରି ପିଲାମାନେ ଖରାଦିନେ ପ୍ରଚୁର ପରିମାଣରେ ଲିଚୁ ଖାଇବା ଉଚିତ।

ରକ୍ତଚାପ ନିୟନ୍ତ୍ରଣ କରେ: ଆଜିକାଳି ରାକ୍ତଚାପ ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି। ଅଧିକାଂଶ ଲୋକ ରକ୍ତଚାପ ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି। ଏପରି ସମସ୍ୟା ଥିଲେ ନିୟମିତ ଲିଚୁ ଖାଆନ୍ତୁ। ପ୍ରତିଦିନ ଦୁଇଟି ବିସ୍କୁଟ ଖାଇ ଲିଚୁ ଜୁସ୍‌ ପିଅନ୍ତୁ। ରକ୍ତଚାପରୁ ମୁକ୍ତି ପାଇଯିବେ।

Breaking News